ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ଉଦ୍ଧାର

ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲାର ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ୧୪୪ ବାଟାଲିୟନର ବିଏସଏଫ ଯବାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ଏହାକୁ ଉଦ୍ଧାର କରାଯିବା ପରେ ବମ ସ୍କ୍ୱାର୍ଡ଼ଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ମାଓ ବିରୋଧୀ ଅପରେଶନରେ ଯବାନ ଜଙ୍ଗଲ ଭିତରେ ଯିବାବେଳେ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ  ମାନେ ଏଭଳି ଯୋଜନା କରିଥିଲେ। ଏହି ଲ୍ୟାଣ୍ଡମାଇନ ଏତେ ଭୟଙ୍କର ଯେ ଯବାନଙ୍କ ଗାଡିକୁ ଅତି ସହଜରେ ୨୦ ରୁ ୨୫ ଫୁଟ ଉପରକୁ ଉଡାଇବାର କ୍ଷମତା ରଖିଥିଲା।ତେବେ ମାଓବାଦୀଙ୍କ ଏହି ଯୋଜନାକୁ ଯବାନମାନେ ପଣ୍ଡ କରିଛନ୍ତି।

Comments are closed.