ବିକାଶ ଅପହଞ୍ଚ ବଙ୍ଗଳାସାହି ଓ ଘୁଟୁସାହି ; ୧୫୦ ପରିବାର ଲୋକ ପାଇଁ ବାଉଁଶ ପୋଲ ଭରସା

କେଶଦୁରାପାଳ : ସରକାର ଲୋକମାନଙ୍କର ଗମନା ଗମନର ସୁବିଧାପାଇଁ ବିଭିନ୍ନ ଯୋଜନାରେ ବିକାଶ  କରି ଥିବାବେଳେ ବାସ୍ତବରେ ଏହାର ଚିତ୍ର ଓଲଟା ହୋଇଥିବା ଦେଖିବାକୁ ମିଳିଛି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତଚମ୍ପାଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମର ଘୁଟୁ ସାହି ଓ ବଙ୍ଗଳା ସାହି ଓ ଚଳ ସାହିରେ।
ଶାଳନ୍ଦୀ ନଦୀର ଅପର ପାର୍ଶ୍ବରେ ପୋଲଟିଏ ନଥିବାରୁ ବର୍ଷ। ଦିନ ଆସିଲେ ୬ ମାସରୁ ଉର୍ଦ୍ଧ ଏହି ଲୋକମାନେ ନାହଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ନଦୀ ଉପରେ ପୋଲ ନାହିଁ। ଏଲୋକଙ୍କ ପାଇଁ ବାଉଁଶ ପୋଲ ଭରସା। ଲୋକମାନେ ବିପଦଜନକ ଅବସ୍ଥାରେ ଜୀବନକୁ ପାଣି ଛଡ଼ାଇ ରାସନ୍ , ଭତ୍ତା, ସ୍ବାସ୍ଥ୍ୟ ସେବା,ସ୍କୁଲ୍ ,କଲେଜ ଓ ଅନ୍ୟାନ୍ୟ ସେବା ସୁବିଧା ପାଇଁ ବାଉଁଶ ପୋଲ ହିଁ ଭରସା । ଅନେକ ସମୟରେ ବିପଦଜନକ ବାଉଁଶ ପୋଲରେ ଯିବା ବେଳେ ଛୋଟ ପିଲା ଓ ଲୋକ ମଧ୍ୟ ଖସି ପଡୁଥିବା ନଜରକୁ ଆସିଛି । ଏହି ୩ ସାହିରେ ୧୨୦୦ରୁ ଉର୍ଦ୍ଧ ଲୋକ ବାସ କରୁଥିଲେ ସୁଦ୍ଧା ଅଙ୍ଗନବାଡି ଟିଏ ବି ନାହିଁ ସରକାର ବିକାଶରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଡଙ୍ଗାଡିହା ଗ୍ରାମ ୩ଟି ସାହିର ଲୋକ ପାଇଁ ଏହି ଯୋଜନା ସବୁ ଅପହଞ୍ଚ ହେଇଛି । ଦୀର୍ଘ ୭୪ ବର୍ଷ ସ୍ବାଧୀନତା ପରେ ମଧ୍ୟ ବିକାଶର ସ୍ଵାଦ ଏଯାଏଁ ଜାଣି ପାରିଲାନି ବୋଲି ଦୀର୍ଘ ଦିନ ଧରି ଆଦିବାସୀଙ୍କ ଅପହଂଚ ସ୍ୱର ଗଣମାଧ୍ୟମରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଡଙ୍ଗାଡିହା ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Comments are closed.