ମା’ ମାଟି ସୁରକ୍ଷା ସମିତିର ପଞ୍ଚାୟତ ସ୍ତରୀୟ ସଂଗଠନ

କଲମପୁର: ଏଇ ନିକଟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଜଳ, ଜମି, ଜଙ୍ଗଲ ଏବଂ ଖଣିର ସୁରକ୍ଷା ପାଇଁ ଆଉ ଏକ ଆନ୍ଦୋଳନ ମୁଣ୍ଡ ଟେକି ସାରିଛି। ଏଥିପାଇଁ “ମା ମାଟି ସୁରକ୍ଷା ସମିତି” ନାମରେ ଏକ ନୂତନ ସଂଗଠନ ଗଠନ ହୋଇ ସାରିଛି। ଯେଉଁଥିରେ ଥୁଆମୂଳ ରାମପୁର ବ୍ଲକର ପ୍ରତ୍ୟେକ ଅଞ୍ଚଳ ବାସୀଙ୍କୁ ଏଇ ସଂଗଠନରେ ସାମିଲ୍ କରାଯିବା ନେଇ “ମା ମାଟି ସୁରକ୍ଷା ସମିତି” ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ବ୍ଲକ ସ୍ତରୀୟ ଏକ ଅସ୍ଥାୟୀ କମିଟି ଏହି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଖମାରପଦର ଗାଁରେ “ମା ମାଟି ସୁରକ୍ଷା ସମିତି”ର ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ମା ମାଟି ସୁରକ୍ଷା ନାଁରେ ଏକ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହୋଇଯାଇଛି। ଏହି ବୈଠକରେ ଗୋପାଳପୁର ଗ୍ରାମ ପଞ୍ଚାୟତର ପ୍ରାୟ ୧୭ ଖଣ୍ଡ ଗ୍ରାମବାସୀ ଯୋଗ ଦେଇ ଲଢେଇ କରିବା ପାଇଁ ବଜ୍ର ଶପଥ ନେଇଥିଲେ। ମାଁ ମାଟି ସୁରକ୍ଷା ସମିତିର ଗୋପାଳପୁର ଗ୍ରାମ ପଞ୍ଚାୟତର ସଭାପତି ଭାବେ ଫୋଟୁସିଂ ଭୋଇ ଉପସଭାପତି ସୁରେନ୍ଦ୍ର ନାଏକ, ସମ୍ପାଦକ ସାନ ମାଝୀ, ସହ ସଂପାଦକ ଦୟାସିଂ ମାଝୀ, କୋଷାଧ୍ୟକ୍ଷ ବେଣିମାଝୀଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପଦେଷ୍ଟା ଭାବେ ରାମଚନ୍ଦ୍ର ମାଝୀ, ଜଗଦୀଶ ମାଝୀ, କାଳିଆ ନାଏକ, ସନାତନ ମାଝୀ, ଅଙ୍ଗଦ ନାଏକ, ଭବାନୀ ନାଏକ, ବାଜ୍ରାଭୋଇ, ଚନ୍ଦ୍ର ନାଏକ, ଜୟ କୁମାର ନାଏକ, ଭଳି ଅନେକ ସଂଗ୍ରାମୀ ମାନଙ୍କୁ ଉପଦେଷ୍ଟା କମିଟିରେ ରହିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଅଞ୍ଚଳର ବିକାଶ ତଥା ଅଞ୍ଚଳର ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଏହି ସଂଗଠନ ଅଞ୍ଚଳ ପାଇଁ କିଭଳି ଭୂମିକା ଅବଲମ୍ବନ କରିବ ତାହା ସମୟକୁ ଅପେକ୍ଷା କରିବାକୁ ପଡିବ।

Comments are closed.