ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଯବାନ ଗୁରୁତର ; ମଶା ଧୂପରୁ ନିଆଁ ଲାଗି ଥିବା ନେଇ ସନ୍ଦେହ

ଭଦ୍ରକ : ଭଦ୍ରକ ଜିଲାର ପୁରୁଣା ବଜାର ଥାନାରେ ଏକ ଅଭାବନୀୟ ଘଟଣା ଘଟିଥିବା ସେମବାର ଜଣାପଡ଼ିଛି। ପୁରୁଣା ବଜାର ଥାନାରେ କାର୍ଯ୍ୟତର ଅବସ୍ଥାରେ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଜଣ ଯବାନ ଗୁରୁତର ହୋଇଛନ୍ତି। ମଶା ଧୂପରୁ ନିଆଁ ଲାଗି ପୋଡ଼ି ହୋଇ ଯବାନମାନେ ଗୁରୁତର ହୋଇଛନ୍ତି ବୋଲି ସନ୍ଦେହ କରାଯାଉଛି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।  ଯବାନମାନେ ୩ ଓଏସଏପି ଯବାନ ବାରିପଦା ୫ମ ବାଟାଲିୟନର ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.