ରାତି ୮ଟା – ମୁଖ୍ୟ ଖବର

–ଆଜି ଶ୍ରୀଜୀଉଙ୍କ ନବ ଯୌବନ ଦର୍ଶନ। ନୂଆ ରୂପରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ଯୋଗୁ ଚଳିତବର୍ଷ ମଧ୍ୟ ସାଧାରଣ ଦର୍ଶନ ବନ୍ଦ

–ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ, ବିଭିନ୍ନ ସ୍ଥାନରେ ପୁଣ୍ୟାତ୍ମା ଉତ୍କଳମଣିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ

–ଜନ୍ମମାଟିରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ; ଭାର୍ଗବୀନଦୀରେ ତିଳତର୍ପଣ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

–ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳବଦଳ- କେନ୍ଦ୍ରୀୟ ଡେପୁଟେସନରୁ ଆଇଜି ଏସ ଦେବଦତ୍ତ ସିଂହ ଫେରିଥିବାବେଳେ ତାଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ

–ଅଖିଳେଶ୍ବର ସିଂହ ଜଗତସିଂହପୁର ଏସ୍‌ପି ହୋଇଥିବାବେଳେ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି

–ପିଏସ ପରଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଦାୟିତ୍ବ ଦିଆଯାଇଥିବାବେଳେ ରାହୁଲ ଜୈନଙ୍କୁ ବରଗଡ଼ ଏସପି ଭାବେ ନିଯୁକ୍ତି ଦିଆଯାଇଛି

–ସେହିପରି ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଭାବେ ଦାୟିତ୍ବ ଦିଆଯାଇଥିବାବେଳେ ମାଲକାନଗିରି ଏସ୍‌ପି ଭାବେ ପିଏସ ମୀନା ଏବଂ ମୟୁରଭଞ୍ଜ ଏସପି ଭାବେ କେଆର ଦ୍ୟାନଦେଓଙ୍କୁ ନିଯୁକ୍ତି ଦିଆଯାଇଛି।

–ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ। ଜୁଲାଇ ୩୧ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ନେଇ ଚେଷ୍ଟା କରୁଛୁ-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

–ବାଲିପାଟଣା ଥାନା ଅଞ୍ଚଳରେ ନିର୍ଯାତନା ଘଟଣା-ନାବାଳିକାର ବାପା ଓ ସାବତ ମା’କୁ ଗିରଫ କଲା ପୁଲିସ।

–କଟକ ମଧ୍ୟସ୍ଥତା କେନ୍ଦ୍ରାରେ ସାଂସଦ ଅନୁଭବ-ଅଭିନେତ୍ରୀ ବର୍ଷା। ଆସନ୍ତା ୧୪ରେ ପୁଣି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ଦିନ ଧାର୍ଯ୍ୟ

–ଟୋକିଓ ଅଲିମ୍ପିକ୍ସ ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

–କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା- ୯୦ ଜିଲାରେ ୮୦% ସଂକ୍ରମଣ। ଗତ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ୮%ହାରରେ କମିଛି। ଦେଶରେ ମୋଟ ସଂକ୍ରମଣର ୮୦% ବର୍ତ୍ତମାନ ୯୦ଟି ଜିଲାରେ ସୀମିତ

–ମୋଟ ସଂକ୍ରମଣର ୩୩% ମହାରାଷ୍ଟ୍ର ଓ କେରଳର। ମହାରାଷ୍ଟ୍ର ଓ କେରଳରେ ପୁଣି ସଂକ୍ରମଣ ବଢ଼ିବା ଆରମ୍ଭ କରିଛି।
ଦେଶର ୬୬ଟି ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି। ଓଡ଼ିଶାର ୨ଟି ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି।

–ଆମର ଦ୍ବିତୀୟ ଲହର ଶେଷ ହୋଇନାହିଁ, ଏଥିପ୍ରତି ସମସ୍ତଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଆମଦେଶରେ ପର୍ଯ୍ୟଟନସ୍ଥଳୀରେ କୋଭିଡ ନିୟମ ଉଲ୍ଲଙ୍ଘନ ହେଉଛି।

–ୟୁରୋକପ ପାଇଁ ୟୁରୋପରେ ପୁଣି ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଫୁଟବଲ କପ ପାଇଁ ୟୁକେରେ ସଂକ୍ରମଣ ପୁଣି ବଢ଼ିଛି।

–୧୫ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ। ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି, ସେହି ଜିଲାରେ ସେହି ଟିକା ଦିଆଯିବ-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

–୫ ସାଇବର ଠକଙ୍କୁ ଗିରଫ କଲା ହାଇଦ୍ରାବାଦ ପୁଲିସ। ୩୦ଲକ୍ଷ ଲୁଟ ଅଭିଯୋଗରେ ଭୁବଶ୍ବେରରୁ ଗିରଫ

–ସବୁଠାରୁ ଅଧିକ ସଂକ୍ରାମକ ହୋଇଥିବା କୋଭିଡ-୧୯ର ଡେଲଟା ପ୍ରକରଣ ନିମନ୍ତେ ଟିକାର ତୃତୀୟ ପାନ ଅନୁରୂପ ଭାବରେ ଫଳପ୍ରଦ ହୋଇପାରିବ

–ଡେଲଟା ପ୍ରକରଣ ଖୁବଶୀଘ୍ର ବିଶ୍ୱସ୍ତରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଯାଉଥିବାରୁ ସେଥିପାଇଁ ତୃତୀୟ ପାନ ଟିକା ଉପଯୋଗୀ ହୋଇପାରିବ

–ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳରେ ଏକ କଳକାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ

–ରାଉରକେଲାରେ ସମାଜ ପରିବାର ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ

–ଦେଶରେ ୪୩,୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ସଂକ୍ରମଣ ହାର ୨.୪୨%

–ଗୋଟିଏ ଦିନ ମଧ୍ୟରେ ଆଉ ୪୪,୪୫୯ ଜଣ ସଂକ୍ରମିତ ସୁସ୍ଥ ; ମୋଟ ୨,୯୮,୮୮,୨୮୪ ଜଣ କରୋନାରୁ ସୁସ୍ଥ

–ମୋଟ ୪୨.୭୦ କୋଟି ନମୁନା ପରୀକ୍ଷା, ସାପ୍ତାହିକ ସଂକ୍ରମଣ ହାର ୨.୩୬%, ୪,୫୮,୭୨୭ ଜଣ ସକ୍ରିୟ ସଂକ୍ରମିତ

–ରାଜ୍ୟରେ ବଢିଚାଲିଛି କରୋନା ମୃତ୍ୟୁ; ଦିନକରେ ୬୧ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧

–କୋଭିଡ ସଂକ୍ରମଣ ରାଜ୍ୟରେ ପୁଣି ଉପରମୁହାଁ, ୨୪ ଘଣ୍ଟାରେ ୨୮୦୬ ଚିହ୍ନଟ ; ସଂକ୍ରମଣ ହାର

.–୫୭%କୁ ବୃଦ୍ଧି,ସଂଗରୋଧରୁ ୧୬୧୩ ଏବଂ ସ୍ଥାନୀୟ ସଂକ୍ରମିତ ୧୧୯୩

 

Comments
Loading...