ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି ମହାକାଶଯାନ ଚନ୍ଦ୍ରାୟନ-୨ର ଆର୍ବିଟର। ୨୦୧୯ରେ ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରାୟନ ୨ର ଅର୍ବିଟରରୁ ସୂଚନା।

–ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । କାର୍ୟ୍ୟର ଚୁକ୍ତିନାମା କରିବା ବାବଦରେ ଠିକାଦାର ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

–ଆଫଗାନିସ୍ତାନରେ କାବୁଲ ଅଭମୁଖେ ମାଡ଼ି ଚାଲିଛନ୍ତି ତାଲିବାନ ଉଗ୍ରପନ୍ଥୀ। ଦେଶର ଅନ୍ୟତମ ମୁଖ୍ୟ ସହର ଗଜନୀ ଏବେ ତାଲିବାନଙ୍କ ଦଖଲରେ।

–ଠିକାଦାର ନବୀନ ନାୟକ ୧ କୋଟି ୬୭ ଲକ୍ଷ ୫୭ ହଜାର ୭୪ ଟଙ୍କାର ଉମରକୋଟ ବ୍ଲକର ଉମର୍ଗାଁଠାରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପାଞ୍ଚ ବର୍ଷ ସକାଶେ ରକ୍ଷଣା ବେକ୍ଷଣ ଚୁକ୍ତି ନାମା ପାଇଁନ  ୨୦ ହଜାର ଟଙ୍କା ଦାବି କରିଥିଲେ।

–ଭୁବନେଶ୍ୱରସ୍ଥିତ ରସୁଲଗଡ ପରିସର ମଧ୍ୟରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଆଜି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କର କର କମଳରେ ଉଦ୍‌ଘାଟିତ ହୋଇଯାଇଛି ।

–ଜମ୍ମୁ-କାଶ୍ମୀରର କୁଲଗାମର କାଜିଗୁଣ୍ଡ ଅଞ୍ଚଳର ମୀର ବଜାରେ ବିଏସଏଫଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ବୋଲି ଗୁରୁବାର ଖବର ମିଳିଛି । ଆକ୍ରମଣ ହେବା ସମୟରେ ବିଏସଏଫଙ୍କ ଗାଡି ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା

–୧୪ ମାସର ବକେୟା ଦରମା ନ ମିଳିଲେ ଆତ୍ମହୁତି ଦେବୁ ବୋଲି ଧମକ ଦେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଂଚାୟତରେ କାର୍ଯ୍ୟରତ ଜିଆରଏସ ଦମ୍ପତି 

–ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିହାର ଓ ଅରୁଣାଞ୍ଚଳ ପ୍ରଦେଶ ପୂର୍ବରେ ରହିଛି। ଫଳରେ ରାଜ୍ୟରେ ଏବେ ଦୁର୍ବଳ ମୌସୁମି ବାୟୁ ରହିଛି। ଆସନ୍ତା ୧୫ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ ପରିସ୍ଥିତିକୁ ଫେରିବ।

–ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

–‘ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ନିଜର ଏକ ବ୍ରାଣ୍ଡ୍‍ ତିଆରି କରିବାକୁ ପଡିବ’ – ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର (ଡଃ) ପି ପି ମାଥୁର

–କେନ୍ଦ୍ରାପଡା : ଖରସ୍ରୋତା ପ୍ରକଳ୍ପ ବିବାଦ ; ପୁଲିସ-ବିରୋଧୀ ମୁହାଁମୁହିଁ, ପୁଲିସ ବିରୋଧୀଙ୍କୁ ଅଟକାଇବାରୁ ଘଟଣାସ୍ଥଳରେ ଉତ୍ତେଜନା

–ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ( ସତ୍ୟବାଦୀ ବନ ବିଦ୍ୟାଳୟ )ର ୧୧୩ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ; ମଞ୍ଚାସିନ ଅତିଥି, ବୃକ୍ଷ ରୋପଣ, ପଞ୍ଚସଖାଙ୍କୁ ମାଲ୍ୟାର୍ପଣ ଓ ଉତ୍କଳମଣିଙ୍କ ଶେଷ ନିଶ୍ୱାସ ତ୍ୟାଗସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

–ରାଜ୍ୟରେ ଦିନକରେ  ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭ ;  ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ ନୂଆ କରୋନା ସଂକ୍ରମିତଙ୍କ ଚିହ୍ନଟ ; ସଂଗରୋଧରୁ ୬୪୬ ଏବଂ ସ୍ଥାନୀୟ ସଂକ୍ରମିତ ୪୬୧

–ଦିନକ ମଧ୍ୟରେ ରାଜ୍ୟରେ ୮୬୯ ଜଣ ସୁସ୍ଥ ; ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୯୭,୩୫୭୯ ଜଣ କରୋନାରୁ ସୁସ୍ଥ। ସଂପ୍ରତି ରାଜ୍ୟରେ ୧୦୮୫୩ ସକ୍ରିୟ ସଂକ୍ରମିତ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ; ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ

–ଦେଶରେ ଆରୋଗ୍ୟ ହାର ୯୭.୪୫% ;  ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୨୩%। ସଂପ୍ରତି ଦେଶରେ ୩,୮୭,୯୮୭ ଜଣ ସକ୍ରିୟ କରୋନା ସଂକ୍ରମିତ

–ଦେଶରେ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେହି ସମୟ ମଧ୍ୟରେ ୫୨.୩୬ କୋଟି ପାନ ଟିକା ଦିଆଯାଇସାରିଛି

–ଇଓଏସ-୦୩ ଉପଗ୍ରହ ଅଭିଯାନ ବିଫଳ; ଭୂସ୍ଥିର କକ୍ଷପଥରେ ପହଞ୍ଚିପାରିଲା ନାହିଁ

–ସୌମ୍ୟରଞ୍ଜନ ମହାପାତ୍ର  ମୃତ୍ୟୁ ମାମଲାକୁ ମାସେ ବିତିଲା, ଚକ୍କର କାଟି କାଟି ପୁଲିସ୍‌ ହାତ ଖାଲି

–ଟୋକିଓ ଅଲିମ୍ପିକ୍ସ ୨୦୨୦ର ସିଲଭର ମେଡାଲିଷ୍ଟ ମୀରାବାଇ ଚାନୁଙ୍କ ଭେଟିଲେ ବଲିଉଡର ଭାଇଜାନ ସଲମାନ ଖାନ୍‌

–କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବନ୍ଦ ଅଭିଯୋଗ

–ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ ; ଆସନ୍ତା ୨୩ ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ

–ଦିଲ୍ଲୀରେ ଗଡିଲା ବିଦ୍ୟୁତ ଚାଳିତ ବସ

–ଆଫଗାନ ସରକାରଙ୍କୁ ଭାରତ ଦାନ କରିଥିବା ହେଲିକପ୍ଟରକୁ ତାଲିବାନ ନେଇଗଲା

–କିନ୍ନାଉର ଭୂସ୍ଖଳନ: ୧୫ ମୃତଦେହ ଉଦ୍ଧାର, ଆଉ ୨୦ ଏବେ ବି ନିଖୋଜ

Comments are closed.