ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ପଞ୍ଚାୟତ ନିର୍ବାଚନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା- ନିର୍ବାଚନ ନେଇ ଖୁବ ଶୀଘ୍ର ନିର୍ବାଚନ ଆୟୋଗଙ୍କୁ ଜଣାଇବୁ। ରାଜ୍ୟରେ ଠିକ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ପୌର ନିର୍ବାଚନ ପାଇଁ ବି ପ୍ରସ୍ତୁତ ହେଉଛୁ

–ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ସାଂସଦମାନଙ୍କ ଚିଠି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଓଡ଼ିଶାର ସବୁ ବିଜେପି ସାଂସଦଙ୍କ ଚିଠି

–କୋଇଲା ପାଇଁ ଯାଉଥିବା ମାଲଗାଡ଼ିର ୧୩ବଗି ଲାଇନଚ୍ୟୁତ ହୋଇଯାଇଛି। ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି।

–ଭୁବନେଶ୍ବର ବିମାନବନ୍ଦରରେ ବଢିଲା ସୁରକ୍ଷା। ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ରେର୍ଡ଼ ଆଲର୍ଟ ଜାରି କରାଯାଇଛି।

–ଆଗକୁ ସ୍ୱାଧୀନତ ଦିବସ ଥିବାରୁ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

–କରୋନା ମହାମାରୀ ମଧ୍ୟରେ ଏବେ ମହାରାଷ୍ଟ୍ରରେ ଜିକା ଭାଇରସ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

–ପୁଣେରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି । ୭୯ଟି ଗାଁରେ ଜିକା ଭାଇରସ ଆଶଙ୍କା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

–ଜନ୍ମ ସମୟରେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଶିଶୁର ମାନ୍ୟତା ପାଇଥିବା ଶିଶୁ ୧୩ ମାସ ଡାକ୍ତରଖାନାରେ ରହିବା ପରେ ଏବେ ଘରକୁ ଫେରିଛି।

–କ୍ୱେକ ୟୁ ଜୁଆନ୍‍ ନାମକ ଏହି ଶିଶୁ ଜନ୍ମ ସମୟରେ ତାହାର ଓଜନ ମାତ୍ର ୨୧୨ ଗ୍ରାମ ହୋଇଥିଲା, ଯାହା ଏକ ବଡ ସେଓର ଓଜନ ସହିତ ପାଖାପାଖି ସମାନ। ୨୦୨୦ ଜୁନ ୯ ତାରିଖରେ ଶିଶୁଟି ଜନ୍ମ ହୋଇଥିଲା।

–ଭୁବନେଶ୍ବରରେ ଅଗଷ୍ଟ ୨୩ ତାରିଖରୁ ଖୋଲିବ ସମସ୍ତ ଧର୍ମନୁଷ୍ଠାନ। କରୋନା କଟକଣା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବ।

–ବିଏମ୍‌ସି ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ ସେନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ।

–ପୁରୀ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ୟ୍ୟାଳୟ ପରିସଂଖ୍ୟାନ ସହାୟକ କୃଷ୍ଣ ଚନ୍ଦ୍ର ଜେନାଙ୍କ ବାସ ଭବନରେ ଭିଜିଲାନ୍ସ ଚଢାଉ; ପୁରୀ ଏବଂ ଭୁବନେଶ୍ବରରେ ଥିବା ଦୁଇଟି କୋଠା ଚିହ୍ନଟ

–୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ବିରୋଧୀଙ୍କ ଏକସୂତ୍ରୀ କାର୍ଯ୍ୟକ୍ରମ। ଦେଶର ଶାସନ କ୍ଷମତାରୁ ଭାରତୀୟ ଜନତା ପାର୍ଟିକୁ ହଟାଇବା ସଂପ୍ରତି ବିରୋଧୀ ଦଳଗୁଡିକ ପାଇଁ ଏକସୂତ୍ରୀ କାର୍ଯ୍ୟକ୍ରମ ହୋଇଛି।

–ଭାଜପାକୁ କ୍ଷମତାଚ୍ୟୁତ କରିବା ପ୍ରସଙ୍ଗରେ ସମସ୍ତେ ସହମତ ହେଉଥିବାବେଳେ ଏକଦା ଦୀର୍ଘବର୍ଷ ଧରି ଦେଶରେ ଶାସନ କରିଥିବା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଅନେକ ଦାବି ଉଠାଉଛନ୍ତି।

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣଙ୍କର ଜୀବନ ନେଇଛି କରୋନା ; ଖୋର୍ଦ୍ଧାରୁ ସର୍ବାଧିକ ୨୦ ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି।

–ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବଢିଲା; ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୦୫ ଓ ସ୍ଥାନୀୟ ସଂକ୍ରମିତ ୪୩୬। ଦିନକରେ ୧୪୭୫ ଜଣ ସୁସ୍ଥ

–ଦେଶରେ ଦିନକ ମଧ୍ୟରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ;  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮୧୫୮କୁ ବୃଦ୍ଧି। ୩,୧୧,୮୦,୯୬୮ ଜଣ ସୁସ୍ଥ। ସଂପ୍ରତି ଦେଶରେ ୩,୮୮,୫୦୮ ସକ୍ରିୟ କରୋନା ରୋଗୀ ରହିଛନ୍ତି

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୮,୬୮୨କୁ ବୃଦ୍ଧି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଥିବାବେଳେ ମୃତ୍ୟୁ ହାର ୧.୩୪%

 

Comments are closed.