ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ନୀଳାଦ୍ରି ବିଜେ: ଆରମ୍ଭ ହେଲା ଶ୍ରୀ ସୁଦର୍ଶନଙ୍କ ପହଣ୍ଡି। ନୀଳାଦ୍ରି ବିଜେ: ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

–ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ, ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା

–ଜାପାନ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ। ଉଦଘାଟନୀ ଉତ୍ସବରେ ଧ୍ବଜା ବହନ କଲେ ମେରୀକମ୍ ଓ ମନପ୍ରୀତ ସିଂହ

–କୋଭିଡ କଟକଣାରେ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନ ଉତ୍ସବ। ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଟୋକିଓ ଅଲିମ୍ପିକ୍ସ। ୧୮ଟି ଇଭେଣ୍ଟରେ ଭାଗ ନେବେ ୧୨୭ ଭାରତୀୟ ଆଥଲେଟ।

–କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ସହାୟତା। ମୃତ ୧୭ଜଣ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ମଞ୍ଜୁର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର।

–୧୭ଜଣ ସାମ୍ବାଦିକଙ୍କ ମଧ୍ୟରେ ଗଞ୍ଜାମରୁ ୭, ଭୁବନେଶ୍ବରରୁ ୪, ବଲାଙ୍ଗିରରୁ ୩, ଯାଜପୁରରୁ ୨, କଳହାଣ୍ଡିରୁ ଜଣେ ସାମ୍ବାଦିକଙ୍କ ପରଲୋକ ହୋଇଛି।

–ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା-ପାରଳାଖେମୁଣ୍ଡି ଥାନାରେ ପହଞ୍ଚିଲେ ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା। ବର୍ତ୍ତମାନ ଡ୍ରାଇଭର ପ୍ରମୋଦ ସାହୁଙ୍କୁ ଜେରା କରୁଛି ପୁଲିସ। ବିଦ୍ୟାଭାରତୀଙ୍କୁ କାରରେ ନେଇ ଭୁବନେଶ୍ବର ଯାଇଥିଲେ ପ୍ରମୋଦ।

–ପାରଳାଖେମୁଣ୍ଡି ଥାନାରେ ପହଞ୍ଚିଲେ ଏସ୍‌ପି ତପନ ପଟ୍ଟନାୟକ। ପ୍ରମୋଦଙ୍କ ପରେ ମମତାଙ୍କୁ ଜେରା କରିପାରେ ପୁଲିସ।

–ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ମୃତ୍ୟୁ ଘଟଣା ମାମଲାରେ ଆଜି ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଛି।

–ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମ୍ ବ୍ରାଞ୍ଚ ଟିମ ମୁଖ୍ୟ ଡ଼ିଏସପି ବିଜୟ କୁମାର ମଲ୍ଲିକ ଏବଂ ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ତଦନ୍ତକାରି ଅଧିକାରୀ ବିବେକାନନ୍ଦ ସ୍ୱାଇଁ ମିଳିତ ଭାବେ ଜେରା କରିଛନ୍ତି

–ଜେଲରୁ ଜାମିନରେ ବାହାରିବା ସମୟରେ ପୁଣି ଗିରଫ ହେଲେ ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଆଶୁତୋଷ ମିଶ୍ର

–ଟିଏମସି ସାଂସଦ ଶାନ୍ତନୁ ସେନ ରାଜ୍ୟସଭାରୁ ନିଲମ୍ବିତ, ଗୃହରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେଗାସସ୍‌ ରିପୋର୍ଟ ଛଡ଼ାଇ ଚିରି ଫିଙ୍ଗିଥିଲେ

–ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ତୁରକେଲା ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ଭୋଇଙ୍କ ଘରେ ଭିଜିଲାନ୍ସ ଚଢାଉ

–ମହାରାଷ୍ଟ୍ରରେ ବଦଳିଲା ସ୍ଥିତି ; ୬ ଜିଲାରେ ବର୍ଷାର ତାଣ୍ଡବ ; ରାୟଗଡରେ ୫ ମୃତ , ୩୦ ନିଖୋଜ

–ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୪୮୩ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୪,୧୯,୪୭୦। ୨୪ ଘଣ୍ଟାରେ ଆଉ ୩୮,୭୪୦ ସଂକ୍ରମିତ ସୁସ୍ଥ ; ମୋଟ ୩,୦୪,୬୮,୦୭୯ ସୁସ୍ଥ

–ବଙ୍ଗୋପସାଗରରେ ଲଘୁଚାପ, ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

–କରୋନାରେ ବିଦେଶରେ ୩,୫୭୦ ଭାରତୀୟଙ୍କ ମୃତ୍ୟୁ

–ରାଜ୍ୟରେ ୨୪ଘଣ୍ଟାରେ ଆଉ ୧ ହଜାର ୯୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୦୯ ଓ ସ୍ଥାନୀୟ ସଂକ୍ରମିତ ୮୦୮। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୩, ୮୫୧କୁ ବୃଦ୍ଧି।

–୯,୩୯,୧୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯,୨୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ରାଜ୍ୟରେ ଆଉ ୬୯ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୩୭୭

–ଆଜିଠୁ ସ୍ବତନ୍ତ୍ର ଓଜେଇଇ ପାଇଁ ପଞ୍ଜୀକରଣ

Comments are closed.