ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟ ଖବର (୨୩ ମେ ୨୦୨୧)

– ବାତ୍ୟା ‘ୟସ’ର ମୁକାବିଲା ପାଇଁ ଏନ୍‌ଡିଏମ୍‌ଏ, ଟେଲିକମ, ଶକ୍ତି, ଭୂବିଜ୍ଞାନ ସଚିବଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା।

– ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ସମ୍ପର୍କରେ ଅବଗତ କରାଗଲା। ଠିକଣା ସମୟରେ ସ୍ଥାନାନ୍ତରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

– ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ନ ହେବା ଉପରେ ଗୁରୁତ୍ବରାରୋପ। ବାତ୍ୟା ଯୋଗୁଁ କୋଭିଡ ଚିକିତ୍ସା ସେବା ବାଧାପ୍ରାପ୍ତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

– ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ। ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ।

– ମେ’ ୨୬ରେ ପାରାଦ୍ବୀପ ଓ ସାଗର ଦ୍ବୀପପୁଞ୍ଜରେ ହେବ ଲ୍ୟାଣ୍ଡଫଲ୍‌। ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

– ଲ୍ୟାଣ୍ଡଫଲବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ। ବେଳେବେଳେ ଝଟକା ପବନର ବେଗ ୧୮୫ କିଲୋମିଟର ଛୁଇଁବ।

– ବାତ୍ୟା ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ଅନୁଧ୍ୟାନ ପାଇଁ ବାଲେଶ୍ଵର ଜିଲାରେ ପହଞ୍ଚିଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀଙ୍କ ସହ କଲେ ଆଲୋଚନା

– ବାତ୍ୟା ପ୍ରଭାବରେ ୪ ଜିଲା ବେଶି ପ୍ରଭାବିତ ହେବ।

– ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌, ୧୫ ଅସୁସ୍ଥ

– ପାରାଦ୍ଵୀପ ଗଡ଼ ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରୁ ଆମୋନିଆ ଗ୍ୟାସ ଲିକ୍, ୩ ମହିଳା ଗୁରୁତର

– ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

– ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

– ୱେଲ୍‌ ମାର୍କଡ୍‌ରେ ପରିଣତ ହେଲେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତ ଓ ସୋମବାର ଦିନ ସାମୁଦ୍ରିକ ଝଡ଼ ରୂପ ନେବ

– ରାଜ୍ୟରେ ୨୪ ଘଣ୍ଟାରେ ୧୨୮୫୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯

– କରୋନା: ୧୧ ଜିଲାରୁ ୨୮ ମୃତ, ଦିନକରେ ସର୍ବାଧିକ

– ଓଡ଼ିଶାରୁ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଣ ହେଲାଣି ୨୦ ହଜାର ୭ ମେଟ୍ରିକ ଟନ୍‌ ଅମ୍ଳଜାନ, ଓଡ଼ିଲା ପୁଲିସ ବିଭାଗ ପକ୍ଷରୁ ସୂଚନା

– ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

– ବାତ୍ୟା ୟସ୍‍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ଓଡ଼ିଶାର ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର ଜିଲା ସବୁଠାରୁ ଅଧିକ ପ୍ରଭାବିତ ହେବ

– ଡାଏନାଙ୍କୁ କ୍ଷତି ପହଞ୍ଚାଇବାକୁ କେବେ ଚାହିଁନଥିଲି- ବ୍ରିଟେନ ସାମ୍ବାଦିକ; ୱିଲିୟମ ଓ ହ୍ୟାରୀଙ୍କ ନିକଟରେ କ୍ଷମା ମାଗିଲେ

– ଆସାମରେ ଏନକାଉଣ୍ଟର; ୬ ଆତଙ୍କବାଦୀ ନିହତ

– ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ଜରିମାନା, ମାମଲା ରୁଜୁ କଲା ସ୍ବାସ୍ଥ୍ୟ ବିଭାଗ

– ସାଗର ହତ୍ୟା ମାମଲା; ଫେରାର ଥିବା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ।

– ଯୁବକଙ୍କୁ ଚାପୁଡା ମାରି, ମୋବାଇଲ ଭାଙ୍ଗି ଜିଲାପାଳ ହଟିଲେ, ଛତିଶଗଡର ସୁରଜପୁର ଜିଲାର ଘଟଣା।

– ଦେଶରେ ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

– ଏଲୋପାଥି ନିର୍ବୋଧ ବିଜ୍ଞାନ ବୋଲି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା, ରାମଦେବଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ

– ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅଫୁଟା ବୋମା ବିକ୍ରି ପାଇଁ ବିଜ୍ଞାପନ

– ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ନାସା ପଠାଇବ ଚଳନକ୍ଷମ ରୋବଟ

– କୋଭିଡରେ ମୃତ ଡାକ୍ତରଙ୍କ ପରିବାରକୁ କୋଟିଏ ଟଙ୍କା ଦେଲେ କେଜରିୱାଲ

– ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର, ଘରୋଇ ଡାକ୍ତରଖାନା ଅଧିକ ମୂଲ୍ୟ ଦାବି କରୁଥିବା ଅଭିଯୋଗ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

– ୩ ବିବାହ ପାଲଟିଲା ସୁପର ସ୍ପ୍ରେଡର; ଦିନକରେ ୯୫ କରୋନା ସଂକ୍ରମିତ

 

 

Comments are closed.