ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ କଶ୍ମିର ସର୍ବଦଳୀୟ ବୈଠକ ଆରମ୍ଭ। ସେଭେନ ଲୋକକଲ୍ୟାଣ ମାର୍ଗ ଆବାସିକ କାର୍ଯ୍ୟାଳୟରେ ବୈଠକ

–ଗୃହ ମନ୍ତ୍ରୀ ଅମିତ ଶାହା, ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୈଠକରେ ସାମିଲ। ଜାମ୍ମୁ କାଶ୍ମିର ଉପରାଜ୍ୟପାଳ ମନୋଜ ସିହ୍ନା. ମେହବୁବା ମୁଫତି, ଫାରୁକ ଅବଦୁଲ୍ଲା, ଗୁଲାମନବୀ ଆଜାଦ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସକେି ଜାମ୍ମୁ କାଶ୍ମିର ଅନେକ ନେତା ବୈଠକରେ ଉପସ୍ଥିତ

–ଭଞ୍ଜନଗର: ବନ୍ଦ ଘର ଭିତରୁ ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର। ଲଣ୍ଡେଇ ସାହିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ମୃତ ମହିଳା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଥିଲେ।

– ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ; ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ

–ମହାରାଷ୍ଟ୍ରରେ ଭୂକମ୍ପ ଝଟକା

–ଚାନ୍ଦିପୁରରେ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷା ; ସବ୍‍ ସୋନିକ କ୍ରୁଜ କ୍ଷେପଣାସ୍ତ୍ର ନିର୍ଭୟ ୧୫୦୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ

–ଭ୍ରମଣ ପାଇଁ ଆଗ୍ରହ ଦେଖାଉଛନ୍ତି ଜନସାଧାରଣ: ସୁରକ୍ଷା ହୋଇଛି ମୁଖ୍ୟ ପ୍ରସଙ୍ଗ

–ଭାରତୀୟ ସେନା ୧୭୫୦ ଅତ୍ୟାଧୁନିକ ଇନଫାଣ୍ଟ୍ରି କମ୍ବାଟ ଭେଇକଲ ଖରିଦ କରିବ

–ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ; ୧୦୮ ଗରା ସୁବାସିତ ଜଳରେ ସ୍ନାନକଲେ ମହାପ୍ରଭୁ; ଗଜାନନ ବେଶରେ ଦେଉଛନ୍ତି ଦର୍ଶନ

–ଦେବପୂର୍ଣ୍ଣିମା ଅବସରରେ ଗଜପତି ମହାରାଜାଙ୍କ ଶୁଭେଚ୍ଛା ; ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରୁଛି, ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି, ମାନବ ସମାଜର ମଙ୍ଗଳ , ସୁସ୍ଥ୍‍ ଓ ନିରାମୟ ଜୀବନ କାମନା କରୁଛି

–ଦେଶରେ ୨୪ ଘଣ୍ଟାରେ ଆଉ ୫୪,୦୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ପଜିଟିଭ ସଂଖ୍ୟା ୩,୦୦,୮୨,୭୭୮କୁ ବୃଦ୍ଧି` ଦୈନିକ ପଜିଟିଭ ହାର ୩.୦୪ ପ୍ରତିଶତ;

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୩୨୧ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩,୯୧,୯୮୧

–ଦିନକରେ ଆଉ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୦,୬୩,୭୪୦ ସୁସ୍ଥ; ଆରୋଗ୍ୟ ହାର ୯୬.୬୧

–୬,୨୭,୦୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ; ସଂକ୍ରମିତ ମହିଳାଙ୍କ ମୃତ୍ୟୁପରେ ଆସିଲା ଜୋନୋମ ସିକ୍ୱେନ୍ସିଂ ରିପୋର୍ଟ

–ଏନଡିଏ ଛାଡିବାକୁ ଚିରାଗଙ୍କୁ କହିଲେ ତେଜସ୍ୱୀ ଯାଦବ ; ଏଲଜେପିରେ ବିଭାଜନ ପଛରେ ଜେଡି(ୟୁ) ରହିଥିବା ଅଭିଯୋଗ

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୫୨

–ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୦୪ ଏବଂ କଟକରୁ ୪୮୫

–ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା; ‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’ – ଆଇସିଏମ୍‌ଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ

–ଏତଲା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଗଲେ ରାମଦେବ

–ଦେଶବାସୀଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚେତାବନୀ ; ଟିକା ନ ନେଲେ ଭାରତ ଚାଲିଯାଅ

–ଅଲିମ୍ପିକ୍‌ସ ପଦକ ଜିତିଥିବା ଭାରୋତ୍ତୋଳନକାରିଣୀ କର୍ଣ୍ଣମ୍ ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ

–ମାଧ୍ୟମିକ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲ

Comments are closed.