ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ରୂପ ବଦଳାଉଛି ମହାମାରୀ କରୋନା । ଭାରତରେ କରୋନା ମ୍ୟୁଟେସନ। ଡେଲ୍‌ଟାରୁ ଡେଲ୍‌ଟା ପ୍ଲସରେ ପରିଣତ ହୋଇଛି। ଚିନ୍ତା ବଢାଉଛି ଡେଲ୍‌ଟା ପ୍ଲସ। ଏବେଠାରୁ ସତର୍କ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ

–ଦେଶରେ କରେନା ଟିକାକରଣ : ଟିକା ନେଲେଣି ୨୫ କୋଟି ୯୦ ଲକ୍ଷ ୪୪ ହଜାରରୁ ଅଧିକ

–୫ ଘଣ୍ଟାର ଅପରେସନ ପରେ ବନ୍ଧା ହେଲା ବନ୍ଧୁକଧାରୀ ଯୁବକ। ବଲାଙ୍ଗିର ଶାନ୍ତିପଡ଼ାରେ ଆତଙ୍କ ଚଳାଇଥିବା ବିକ୍ରମ ପଣ୍ଡା ବନ୍ଧା ହେଲା। ଚତୁରତାର ସହ ଘରେ ପଶି କାବୁ କଲା ପୁଲିସ।

–ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି। ତେବେ ପ୍ରଥମ ଅପେକ୍ଷା ଦ୍ବିତୀୟରେ କିଶୋର ସଂକ୍ରମଣ ବଢ଼ିଛି-ଲବ ଅଗ୍ରୱାଲ

–ଦେଶରେ ଆରୋଗ୍ୟ ହାର ୯୫.୬୪%ରେ ପହଞ୍ଚିଛି

–ଖୁବ ଶୀଘ୍ର କରୋନା ଯୁଦ୍ଧରେ ଯୋଡ଼ିହେବ ନୋଭାଭାକ୍ସ। କରୋନା ଟିକା ନୋଭାଭାକ୍ସ ଅତିଶୀଘ୍ର ଉତ୍ପାଦନ ହେବ। ସେରମ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦନ କରିବ-ଡାକ୍ତର ଭି.କେ.ପଲ

–କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ, ଦିନେ-ଦୁଇ ଦିନ ମଧ୍ୟରେ ଏସଆରସି ଜାରୀ କରିବେ ବିସ୍ତୃତ ଗାଇଡଲାଇନ୍‍ : ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ର

–କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ: ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ର

–ଦିନେ-ଦୁଇ ଦିନ ମଧ୍ୟରେ ଏସଆରସି ଜାରୀ କରିବେ ବିସ୍ତୃତ ଗାଇଡଲାଇନ୍‍

–ଦେଶରେ କୋଭିଡ ପ୍ରତିଷେଧକ ଟିକାଦାନ କାର୍ୟ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି

–ଏପର୍ୟ୍ୟନ୍ତ ମୋଟ ୨୫ କୋଟି ୯୦ ଲକ୍ଷ ୪୪ ହଜାରରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି

–କରୋନା ଭୂତାଣୁକୁ ନଷ୍ଟ କରିଦେବ ଏହି ତୁଣ୍ଡି

–ଦେଶରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ

–ଆଉ ୬୦ ହଜାର ୪୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୫,୭୦,୮୮୧

–ଆଉ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୦୩୧

–ଦିନକରେ ଆଉ ୧ ଲକ୍ଷ ୧୭ ହଜାର ୫୨୫ ସୁସ୍ଥ, ମୋଟ ୨,୮୨,୮୦,୪୭୨ ସୁସ୍ଥ

–ଭବିଷ୍ୟତ ପିଢ଼ୀ ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ : ପ୍ରଧାନମନ୍ତ୍ରୀ

–ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଭାଷଣ

–ରଜ ଦୋଳି କଟକଟ : ଆଜି ପବିତ୍ର ରଜ ସଂକ୍ରାନ୍ତି

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

–ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ

–ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୪୨ ଆକ୍ରାନ୍ତ ମୃତ

–ଆଜି ପବିତ୍ର ଶୀତଳଷଷ୍ଠୀ : କରୋନା କଟକଣା ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ

–ବଲାଙ୍ଗୀରରେ ବନ୍ଧୁକଧାରୀର ଆତଙ୍କରାଜ ; ଉଦ୍ଧାର ହେଲେ ବନ୍ଧକ ପରିବାର

–୧୬ରେ ଆଇଏନଆଇ-ସିଇଟି ଓ ୨୭ରେ ଏମ୍ସ ପ୍ରବେଶିକା ପରୀକ୍ଷା

–କେନ୍ଦ୍ରଙ୍କୁ ଅନୁରୋଧ, ରାଜ୍ୟକୁ ମିଳୁ ଘରୋଇ ଡାକ୍ତରଖାନାର ୨୦ ଭାଗ ଟିକା

–ରାଜ୍ୟରେ ସ୍ୱାଭାବିକରୁ ୩୪% ଅଧିକ ବର୍ଷା

–ସଂକ୍ରାନ୍ତି ପୁରୁଷ କଥା ସମ୍ରାଟ ଫକିର ମୋହନଙ୍କ ୧୦୩ତମ ଶ୍ରାଦ୍ଧ ଦିବସ

–ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ୧ ଲକ୍ଷ ଜାଲ କୋଭିଡ ନମୁନା ପରୀକ୍ଷା ରିପୋର୍ଟ ; ହରିଦ୍ୱାର କୁମ୍ଭକୁ ନେଇ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

–୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର ; ଫିଲିପାଇନ୍ସ କର୍ମଚାରୀଙ୍କ ଅଭିଯୋଗ

–୧୨ ଟଙ୍କାରେ କିଣିବାକୁ ମିଳୁଛି ଘର

–ଶଶିକଳାଙ୍କ ସହିତ କଥାହେଲେ ଦଳରୁ ବିଦା

–ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

–ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ ; ପୂର୍ବ ଲଦାଖ ଆରପଟେ ଚୀନ ସୀମାନ୍ତରେ ହେଉଛି ସମରାଭ୍ୟାସ

–ଟିକା ନେଇ ୪୮୮ ଜଣଙ୍କ ମୃତ୍ୟୁ

–ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ, ବିଜେତାଙ୍କୁ ୧୧.୭ କୋଟି ଟଙ୍କା

–ୟୁରୋ କପ୍: ନେଦରଲାଣ୍ଡ୍‌ସ, ଚେକ୍ ଗଣତନ୍ତ୍ର ଓ ସ୍ଲୋଭାକିଆ ବିଜୟୀ

–କୋପା ଆମେରିକା ଫୁଟ୍‌ବଲ ଆରମ୍ଭ, ବ୍ରାଜିଲ ଓ କଲମ୍ବିଆର ବିଜୟ

Comments are closed.