ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ଜୀବନ ରକ୍ଷାକାରୀ ଇକମୋ ମେସିନ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ। ସୂଚନା ଦେଲେ ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି

–ଗତବର୍ଷ ଭଳି ଏ ବର୍ଷ କେବଳ ପୁରୀରେ ହିଁ ରଥଯାତ୍ରା ହେବ। କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା। ପୁରୀ ଛଡ଼ା ଏ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ନିଷେଧ। କଟକଣା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା

–ଗଲାବର୍ଷ ଭଳି ଏବର୍ଷ ପୁରୀ​‌େ​‌ର କଟକଣା ସହ ହେବ ରଥଟଣା। ରଥାଯାତ୍ରାବେଳେ ପୁରୀରେ ଏ ବର୍ଷ ବି କର୍ଫ୍ୟୁ ଲାଗିବ। ଗତବର୍ଷ ଭଳି ଏ ବର୍ଷ ବି ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ବାରଣ ରହିଛି।

–ଗଲାବର୍ଷ ଭଳି ରାଜ୍ୟର ଅନୁ ସବୁ ଜାଗାରେ ରଥା ଯାତ୍ରା ବନ୍ଦ। ରାଜ୍ୟର ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି। କରୋନା କଟକଣା ଓ ସାମାଜିକ ଦୂରତା ମାନିବା ଜରୁରୀ।

–କଟକ: ଡକାୟତି ଯୋଜନାବେଳେ ମହନଦୀ ହାଡ଼ିଆ ପଠାରେ ଚଢ଼ାଉ। ସ୍ପେଶାଲ ସ୍କ୍ବାଡ ଓ ମଙ୍ଗଳାବାଗ ଥାନା ପୁଲିସର ଚଢ଼ାଉ। ୬ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ, ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ଓ ୨ ବାଇକ ଜବତ।

–ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କାର୍ଯ୍ୟାନୁଷ୍ଠାନ ନେଇ ଆଇନ ଶୃଙ୍ଖଳା ଏଡିସି ଯଶୋବନ୍ତ ଜେଠୱାଙ୍କ ସୂଚନା।

– ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ; କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା

–କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏମ୍‌ଜିଏନଆରଇଜିଏସ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟିବନ୍ଧ ଆଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଗାଇଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।

–ଯୋଗ୍ୟ ହିତାଧିକାରୀଙ୍କୁ ଏସ୍‌ଡିଆରଏଫ୍‌/ ଏନ୍‌ଡିଆରଏଫ ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

– ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ୨୪ ଘଣ୍ଟାରେ ଆଉ ୪୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୭ରେ ପହଞ୍ଚିଛି

– ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭

– ବର୍ଷାରେ ବେହାଲ ମୁମ୍ବଇ ; ଭୁଷୁଡିଲା କୋଠା ; ୧୧ ମୃତ

– ଆମେରିକା ଲାବୋରେଟୋରୀ ରିପୋର୍ଟ; ଉହାନରୁ ଲିକ୍‍ ହୋଇଥାଇପାରେ କୋଭିଡ-୧୯ ଭୂତାଣୁ

– ରେକର୍ଡ ୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର

– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୯୪,୦୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୬ ହଜାର ୧୪୮ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ସଂକ୍ୟା ୨,୯୧,୮୩,୧୨୧କୁ ବୃଦ୍ଧି ପାଇଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ହଜାର ୬୭୬ରେ ପହଞ୍ଚିଛି

– ବାଗଜାନ ଅଗ୍ନିକାଣ୍ଡରେ କ୍ଷତି ୨୫,୦୦୦ କୋଟି ; ଅଞ୍ଚଳର ୫୫% ଜୈବ ବିବିଧତା ନଷ୍ଟ
ଆଉ ଛଅମାସ ତାଲାବନ୍ଦ ବଢାଅ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

– ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

– ବିଟକଏନକୁ ଆଇନଗତ ମୁଦ୍ରା ଭାବେ ସ୍ୱୀକୃତି ଦେଲା ଏଲ୍‍ ସାଲାଭାଡର ; ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବିଟକଏନକୁ ଗ୍ରହଣ କଲା

– ସାତବର୍ଷ କାରାଦଣ୍ଡ ଭୋଗିବେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ

– ଭିଡିଓକନକୁ ଅଧିଗ୍ରହଣ କରିବ ବେଦାନ୍ତ ଗ୍ରୁପ

– ସୁପ୍ରିମକୋର୍ଟଙ୍କ ପ୍ରଶ୍ନ-ଏହି ଅପମିଶ୍ରିତ ଗହମ ଖାଇପାରିବ କି?

– ଆଣ୍ଟାର୍କଟିକ୍‌କୁ ପଞ୍ଚମ ମହାସାଗର ମାନ୍ୟତା, ନୂଆ ନାମ ‘ଦକ୍ଷିଣ ମହାସାଗର’

– ତୁର୍କୀ ବିବାହ ଭାରତରେ ବୈଧ ହୋଇନି, ଛାଡପତ୍ର କଣ? ଟିଏମ୍‌ସି ସାଂସଦ ନୁସରତ୍‌

– ଟିକା ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ ସୁବିଧା

Comments are closed.