ରାତି ୧୦ଟା – ମୁଖ୍ୟ ଖବର

୧. ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଲେ ୬କୋଟି, ରୌପ୍ୟ ବିଜେତାଙ୍କୁ ୪କୋଟି ଏବଂ କାଂସ୍ୟ ପଦକ ପାଇଲେ ୨.୫କୋଟି ଟଙ୍କା ପୁରସ୍କାର ମିଳିବ
୨. ଓଡ଼ିଶାରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ-ମୁଖ୍ୟମନ୍ତ୍ରୀ
୩. ଚାଷୀଙ୍କ ସହାୟତା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ, ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ଲକ୍ଷ କୋଟି
୪. ରାଜ୍ୟରେ ଅଣ-ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ପାଇଁ କଳା, ବିଜ୍ଞାନ, ବାଣିଜ୍ୟର ୧୧ଟି ବିଷୟରେ ଆରମ୍ଭ ହେବ ଇ-ଶିକ୍ଷାଦାନ ବ୍ୟବସ୍ଥା, https://vtputkal.odisha.gov.inରେ ପଢ଼ିପାରିବେ ଛାତ୍ରଛାତ୍ରୀ
୫. ରାଜ୍ୟରେ ଆଜି ୨,୫୪୨ କରୋନା ସଂକ୍ରମିତ ଚିହ୍ନଟ, ୫୭ ମୃତ ଓ ୨୮୯୬ ସୁସ୍ଥ
୬. କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ପରଲୋକ
୭. ରାଜ୍ୟରେ ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଟିକା ଅଛି, ସେଥିରେ ଆଉ ୨ ଦିନ ଟିକାକରଣ ଚାଲିବ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ
୮. ଦେଶରେ ଆଜି ୪୫,୮୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୮୧୭ ମୃତ ଓ ୪୪,୨୯୧ ସୁସ୍ଥ
୯. ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ହେବ
୧୦. ଜୁଲାଇ ୧୧ରେ ହୀରାକୁଦରୁ ନିଷ୍କାସନ ହେବ ବନ୍ୟାଜଳ

Comments are closed.