ରାତି ୧୦ଟା – ମୁଖ୍ୟ ଖବର

– ଛତିଶା ନିଯୋଗ ବୈଠକରେ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ୨୩ରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ, ପ୍ରଥମ ୫ ଦିନ କେବଳ ପୁରୀବାସୀ କରିପାରିବେ ଜଗା ଦର୍ଶନ
– ଛତିଶା ନିଯୋଗ ନିଷ୍ପତ୍ତି, ଦର୍ଶନାର୍ଥୀମାନେ ସକାଳ ୭ ଟାରୁ ରାତି ୮ ଟା ଯାଏଁ ଦର୍ଶନ କରିପାରିବେ, ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିବେ
– ଜମି ଚିହ୍ନଟ ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ କଳାହାଣ୍ଡି ଜୟପାଟଣା ଥାନା ଏସଆଇ ସନ୍ତୋଷ ସାହୁ, କନେଷ୍ଟବଳ ସୂର୍ଯ୍ୟ ମିଶ୍ର, ହେମନ୍ତ ବାଗ ଓ ଦେବରାଜ ନାଏକ ନିଲମ୍ବିତ
– ରାଜ୍ୟରେ କରୋନା: ଆଜି ଚିହ୍ନଟ ୧୩୧୫, ମୃତ ୬୬ ଓ ସୁସ୍ଥ ୧୬୩୦
– ଦେଶରେ କରୋନା: ଆଜି ଚିହ୍ନଟ ୪୨୬୨୫, ମୃତ ୫୬୨ ଓ ସୁସ୍ଥ ୩୬୬୬୮
– ଆଜି ସୁଦ୍ଧା ରାଜ୍ୟରେ ଟୀକା ନେଲେଣି ୧୭୦୬୨୪୪୭, ଆଜି ନେଇଛନ୍ତି ୨୨୫୭୧୧
– ଆଜି ସୁଦ୍ଧା ଦେଶରେ ଟୀକା ନେଲେଣି ୪୮୫୨୮୬୫୭୦, ଆଜି ନେଇଛନ୍ତି ୬୧୫୩୭୪୨
– ସାମୁଦ୍ରିକ ବାତ୍ୟା ‘ୟସ’ ପ୍ରଭାବରେ ରାଜ୍ୟରେ ୧୮ ହଜାର ୯୪ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସୂଚନା
– ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ କୋଭିଡ ସଂକ୍ରମଣ ଏ ଯାଏଁ ଦୂର ହୋଇନି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ
– କାଲିଠାରୁ ଖୋଲିବ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ: ସକାଳ ୬ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଆସିବେ ଦର୍ଶନାର୍ଥୀ, ଶନିବାର ଓ ରବିବାର ସଟଡାଉନରେ ବନ୍ଦ ରହିବ ଧର୍ମାନୁଷ୍ଠାନ
– ଟୋକିଓ ଅଲମ୍ପିକ୍ସ ମହିଳା ହକି ସେମିଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଠାରୁ ୨-୧ ଗୋଲରେ ଭାରତ ପରାସ୍ତ
– ଅଗଷ୍ଟ ୯ରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

Comments are closed.