ରାତି ୧୦ଟା – ମୁଖ୍ୟ ଖବର

– ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୪ ତାରିଖରେ ମନ୍ଦିର ପ୍ରଶାସନ ବୈଠକ କରିବ ବୋଲି ସୂଚନା
– ରାଜ୍ୟରେ ଆଜି ଚିହ୍ନଟ ହେଲେ ନୂଆ ୧୬୩୭ ସଂକ୍ରମିତ, ସୁସ୍ଥ ହେଲେ ୨୨୦୪, ୬୨ ମୃତ
– ଓଜେଇଇ ପାଇଁ ରାଜ୍ୟରେ ୭ ଓ ରାଜ୍ୟ ବାହାରେ ୩ଟି ନୂଆ ପରୀକ୍ଷା କେନ୍ଦ୍ର: ଭବାନୀପାଟଣା, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନଗରି, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁରରେ ଓଜେଇଇ ପରୀକ୍ଷା କେନ୍ଦ୍ର; ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କଲକାତାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯାଇଛି, ଜୁଲାଇ ୩୧ ପର୍ଯ୍ୟନ୍ତ ଓଜେଇଇ ଆବେଦନ ଲାଗି ଅବଧି ବୃଦ୍ଧି
– ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍ ; ବର୍ତ୍ତମାନ ୧୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
– ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ
– ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ
– ଦେଶରେ ଆଜି ୩୯ ହଜାର ୩୬୧ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୩୫ ହଜାର ୯୬୮, ୪୧୬ ମୃତ
– ଆଜି ପାଳିତ ହେଉଛି କାରଗିଲ ବିଜୟ ଦିବସ; କାରଗିଲ ବିଜୟକୁ ଆଜି ପୂରଣ ହୋଇଛି ୨୨ ବର୍ଷ; କାରଗିଲ ଯୁଦ୍ଧରେ ସହିଦ ଭାରତର ବୀର ଯବାନଙ୍କ ପ୍ରତି ଦେଶବାସୀଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
– ଏସିଏଫ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ, କିରୋସିନରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ସୂଚନା
– କଟକ ମର୍କତନଗର ଥାନାରୁ ପୋଷ୍ଟମର୍ଟମ ରିପୋର୍ଟ ନେଲେ ସୌମ୍ୟଙ୍କ ପରିବାର, ୯୫% ପୋଡ଼ି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ, ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ
– ଅଲିମ୍ପିକ ରୋପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ମଣିପୁର ପୋଲିସରେ ଅତିରିକ୍ତ ଏସ୍ପି (କ୍ରୀଡ଼ା) ଭାବେ ନିଯୁକ୍ତି ଦେବାକୁ ମଣିପୁର ସରକାରଙ୍କ ଘୋଷଣା
– ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ର ୟେଦ୍ୟୁରପ୍ପା, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏବେ ଚର୍ଚ୍ଚା
– କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି
– ଆଜି ରାଜ୍ୟରେ ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ, ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଦିଆଗଲା ସାନିଟାଇଜର୍
– କୁଖ୍ୟାତ ଅପରାଧୀ ହାଇଦର ହତ୍ୟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଂକ ନିଜ ଆଡୁ ମାମଲା ରୁଜୁ – ଗୃହ ବିଭାଗ, ପୋଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟ୍ୱିନ୍ ସିଟି ପୋଲିସ କମିଶନରଙ୍କୁ ନୋଟିସ; ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
– ସଂକ୍ରମଣ କମିଛି ହେଲେ ବିପଦ ଟଳିନି , ଆହୁରି ୩ ମାସ ସତର୍କ ରହିବାକୁ ପଡ଼ିବ କହିଲେ ଡିଏମ୍ଇଟି

Comments are closed.