ରାତି ୧୦ଟା – ମୁଖ୍ୟ ଖବର

୧. ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିଲା ସାରା ବିଶ୍ୱ, ସେପଟେ ଅଲିମ୍ପିକ୍ସ ବନ୍ଦ କରିବାକୁ ଷ୍ଟାଡିଅମ ବାହାରେ ଲୋକଙ୍କ ବିକ୍ଷୋଭ
୨. ମୁମ୍ବାଇରେ ବର୍ଷର ତାଣ୍ଡବ ଲୀଳା, ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି
୩. ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ ବେହେରା ସମ୍ପୃକ୍ତି ନ ଥିବା କହିଲେ ଗଜପତି ଏସ୍‌ପି
୪. ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆମ୍ବୁଲାନ୍ସ ଅଟକାଇଥିବା ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା ଓ ଡ୍ରାଇଭର ପ୍ରମୋଦ ସାହୁଙ୍କୁ ଜେରା କଲା ପୁଲିସ
୫. ଆଜି ରାଜ୍ୟରେ ୧୯୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୯ ମୃତ ଓ ୨୦୪୪ ସୁସ୍ଥ
୬. ଆଜି ଦେଶରେ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୩ ମୃତ ଓ ୩୮, ୭୪୦ ସୁସ୍ଥ
୭. ଆଜି ସୁଦ୍ଧା ଦେଶରେ ଟୀକା ନେଲେଣି ୪୨,୩୪,୧୭,୩୦, ଆଜି ନେଇଛନ୍ତି ୫୪,୭୬,୪୨୩
୮. ଆଜି ସୁଦ୍ଧା ରାଜ୍ୟରେ ଟୀକା ନେଲେଣି ୧,୫୧,୫,୦୮୫, ଆଜି ନେଇଛନ୍ତି ୧,୮୩,୮୯୭
୯. ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ୨ରୁ ୩ ବର୍ଷ ଭିତରେ କାମ ସରିବ, ଆଲୋକୀକରଣକୁ ଦିଆଯିବ ଗୁରୁତ୍ୱ
୧୦. କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବାକୁ ମୁସଲିମ୍‌ ପକ୍ଷ ରାଜି ହୋଇଛନ୍ତି ସୂଚନା
୧୧. ଆଜି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ ଉତ୍ସବ

Comments are closed.