ରାତି ୧୦ଟା – ମୁଖ୍ୟ ଖବର

– ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ ଚିହ୍ନଟ, ପ୍ରତିଦିନ ୮୦ ହଜାର ଟେଷ୍ଟ କରିବାକୁ ଯୋଜନା
– ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ହେବ କ୍ରିକେଟ ଏକାଡେମୀ, ଭର୍ଚୁଆଲରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା
– ଆସନ୍ତା ଅଗଷ୍ଟ ୨୭ରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଓ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୪୦ ମିନିଟ ସମୟ
– ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରେ ବାହୁଡା କର୍ଫ୍ୟୁ କୋହଳ, ଆଡମିଟ କାର୍ଡ ଦେଖାଇ ଯାଇପାରିବେ ପରୀକ୍ଷାର୍ଥୀ
– ନୂଆପଡ଼ାରେ ପିସି କାରବାର ନେଇ ଭିଡିଓ ଭାଇରାଲ,୨ କନିଷ୍ଠ ଯନ୍ତ୍ରୀ ସିନାପାଲି ବ୍ଲକ ଜେଇ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ ସସପେଣ୍ଡ୍
– ୨୦୧୭ ଶରଣକୂଳ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ମାମଲାରେ ୨ ନାବାଳକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା
– ନୂଆଦିଲ୍ଲୀ ଗୁରୁଗ୍ରାମ ଖୱାସପୁର ଗାଁରେ କୋଠା ଭୁଶୁଡି ୩ ମୃତ
– ଭୁବନେଶ୍ୱର ବିଏମ୍‌ସିରୁ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା, ହେକ୍ସି କମ୍ପାନୀ ବିରୁଦ୍ଧରେ ଏତଲା ଦାୟର କଲା ବିଏମ୍‌ସି
– ଓଡ଼ିଶାରେ କୋଭିଡ ଟୀକାକରଣ: ମୋଟ – ୧,୪୨,୭୫,୯୬୫, ଆଜି – ୧୪,୧୫୯
– ଭାରତରେ କୋଭିଡ ଟୀକାକରଣ: ମୋଟ – ୪୧,୧୩,୫୫,୬୬୫, ଆଜି – ୪୭,୭୭,୬୯୭
– ଓଡ଼ିଶାରେ କରୋନା: ନୂଆ ସଂକ୍ରମଣ – ୧୬୪୮, ଆରୋଗ୍ୟ – ୨୨୪୮, ମୃତ – ୫୮, ସକ୍ରିୟ ଚିକିତ୍ସାଧୀନ – ୧୮୧୩୯
– ଭାରତରେ କରୋନା: ନୂଆ ସଂକ୍ରମଣ – ୩୮୧୬୪, ଆରୋଗ୍ୟ – ୩୮୬୬୦, ମୃତ – ୪୯୯, ସକ୍ରିୟ ଚିକିତ୍ସାଧୀନ – ୪୨୧୬୬୫

Comments are closed.