ରାତି ୧୦ଟା – ମୁଖ୍ୟ ଖବର

୧. ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଳାକୃତି ଗାଏବ ହୋଇଯାଇଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ ଅସତ୍ୟ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
୨. ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ପରଲୋକ, ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସୂଚନା
୩. ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ: ପ୍ରେମଚନ୍ଦ୍ର ଚୌଧୁରୀ ଡବ୍ଲ୍ୟୁଓଡିସିର ସିଇଓ, ବିଶାଲ ସିଂହ ମାଲକାନଗିରି ଜିଲାପାଳ
୪. ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ: ମୋନୀଷା ବାନାର୍ଜୀଙ୍କୁ ବରଗଡ଼, ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଓ ଅବୋଲୀ ସୁନୀଲ ନରଭଣେଙ୍କୁ ସୁବର୍ଣ୍ଣପୁର ଜିଲାପାଳ ଦାୟିତ୍ୱ ଏବଂ ଅନୁପମ ଶାହା ହେଲେ ଓସେପାର ପ୍ରକଳ୍ପ ନିର୍ଦେଶକ
୫. ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ: ଅନୁପମ ଶାହା ହେଲେ ରାଜ୍ୟ ଓସେପା ପ୍ରକଳ୍ପ ନିର୍ଦେଶକ ଓ ସ୍କୁଲ ଅଭିଯାନର ସଦସ୍ୟ ସଚିବ
୬. ମୋନିଷା ବାନାର୍ଜୀ ହେଲେ ବରଗଡ଼ ଜିଲ୍ଲାପାଳ, ଗଜପତି ଜିଲ୍ଲାପାଳ ହେଲେ ଲିଙ୍ଗରାଜ ପଣ୍ଡା
୭. ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ: ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ଏଡିଏମ୍‌ ଭାବେ ଅତିରିକ୍ତ ଦାୟିତ୍ବ, ସୋମେଶ କୁମାର ଉପାଧ୍ୟାୟ ହେଲେ କଳାହାଣ୍ଡି ପିଡି, ଡ଼ିଆରଡ଼ିଏ ଓ ପି. ଅନଭେଶା ରେଡ୍ଡି ହେଲେ ମୟୂରଭଞ୍ଜ ପିଡି, ଡ଼ିଆରଡ଼ିଏ
୮. ୟେଦୁଲ୍ଲା ବିଜୟ ହେଲେ ପଶୁସମ୍ପଦ ବିଭାଗ ନିର୍ଦେଶକ, ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ୍‌ର ଏମ୍‌ଡି ଦାୟିତ୍ବ
୯. ସୋମବାରଠାରୁ ପୁଣି ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ‘ମୋ ନିବେଦନ’
୧୦. ରାଜ୍ୟରେ ଆଜି ସୁସ୍ଥ ହେଲେ ୩୫୭୮ କରୋନା ଆକ୍ରାନ୍ତ

Comments are closed.