ରାତି ୧୦ଟା – ମୁଖ୍ୟ ଖବର

– ଆସନ୍ତାକାଲିଠାରୁ ନୂଆଦିଲ୍ଲୀ ଏମସ୍ ପକ୍ଷରୁ କୋଭାକ୍ସିନ୍ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ୬ରୁ ୧୨ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଚୟନ କରାଯିବ
– ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏନ୍.ସି.ପି.ସି.ଆର୍. କୋଭିଡ୍ ନାଇଣ୍ଟିନ୍ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କୁ ସିଧାସଳଖ ପୋଷ୍ୟ ଗ୍ରହଣ କରିବା ନିମନ୍ତେ ସାମାଜିକ ଗଣମାଧ୍ୟମ ଗୁଡ଼ିକ କେଉଁ ସୂଚନା କେତେଥର ଦେଇଛନ୍ତି ସେ ବିଷୟରେ ସୂଚନା ଦେବାପାଇଁ କହିଛି
– ୱେବସାଇଟରେ ଅନଲାଇନ ଆୟକର ଦାଖଲରେ ତ୍ରୁଟି ବିଚ୍ୟୁତି ଦେଖାଦେଉଥିବାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କରଦାତା ଚାହିଁଲେ ମାନୁଆଲରେ ଏହା ଦାଖଲ କରିପାରିବେ ବୋଲି ଆୟକର ବିଭାଗ କହିଛି
– ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ନିମନ୍ତେ ଆଣ୍ଟିଫୁଙ୍ଗାଲ ଔଷଧ ଲିପ୍ସୋମାଲ୍ ଆମ୍ପୋଟେରିସିନ୍-ବି’ର ୧ ଲକ୍ଷ ୬ ହଜାର ୩୦୦ଟି ଭାଏଲ୍ ଓ ୫୩ ହଜାର ଆମ୍ପୋଟେରିସିନ୍-ବି ଭାଏଲ୍ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଥିବା ସୂଚନା
– ଦେଶରେ ଆଜି ୭୦ହଜାର ୪୨୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧ ଲକ୍ଷ ୧୯ ହଜାର ୫୦୧ ସୁସ୍ଥ ଓ ୩ ହଜାର ୯୨୨ ମୃତ
– ଆଜି ରାଜ୍ୟରେ ୪ ହଜାର ୩୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୮ ହଜାର ୧୮୨ ଜଣ ସୁସ୍ଥ ଓ ୪୪ ଆକ୍ରାନ୍ତ ମୃତ
– ଦେଶରେ ଏ ପର୍ଯ୍ୟନ୍ତ ୨୫ କୋଟି ୪୮ଲକ୍ଷ ୪୯ହଜାର ୩୦୧ ଜଣଙ୍କୁ କୋଭିଡ୍ ପ୍ରତିଷେଧକ ଟିକାକରଣ କରାଯାଇଛି, ଆଜି ଗୋଟିଏ ଦିନରେ ଟୀକା ନେଇଛନ୍ତି ୩୬ ଲକ୍ଷ ୬୯ ହଜାର ୭୧
– ରାଜ୍ୟରେ ଏ ପର୍ଯ୍ୟନ୍ତ ୯୦ ଲକ୍ଷ ୫୮ ହଜାର ୨୩୩ ଜଣଙ୍କୁ କୋଭିଡ୍ ପ୍ରତିଷେଧକ ଟିକାକରଣ କରାଯାଇଛି, ଆଜି ଗୋଟିଏ ଦିନରେ ଟୀକା ନେଇଛନ୍ତି ୬୭ ହଜାର ୯୯୧
– ପ୍ରତିରକ୍ଷା ବିକାଶ ଓ ଗବେଷଣା ପ୍ରତିଷ୍ଠାନ ଡି.ଆର୍.ଡି.ଓ. ଦେଶରେ ଅମ୍ଳଜାନ ଅଭାବ ପୂରଣ କରିବା ନିମନ୍ତେ ୮୫୦ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିଛି
– କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଚଳିତ ବର୍ଷ ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ଏକ୍ସପୋରେ ଭାରତ ତାର ମହାକାଶ ଶକ୍ତି ପ୍ରଦର୍ଶନ କରିବ
– ବାଙ୍ଗଲାଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ମାସ ୩୦ ପର୍ଯ୍ୟନ୍ତ ଭାରତ-ବାଙ୍ଗଲାଦେଶ ସୀମା ସଂଯୋଗୀକରଣ ରାସ୍ତାକୁ ବନ୍ଦ ରଖାଯିବ କିନ୍ତୁ ଆବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ଏହି ରାସ୍ତା ଖୋଲା ରହିବ
– ପୁଣେର ଏକ ଷ୍ଟାର୍ଟଅପ ଫାର୍ମ ଉନ୍ନତମାନର ଥ୍ରୀ-ଡି ଆଣ୍ଟିଭାଇରାଲ୍ ଉପାଦାନ ଯୁକ୍ତ ମାସ୍କ୍ ତିଆରି କରିଛି
– କରୋନା ସଂକ୍ରମଣର ସଦ୍ୟତମ ସ୍ଥିତିକୁ ଆକଳନ କରି ଅନ୍ଲକ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଡି.ଏମ୍.ଇ.ଟି. ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି
– ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟ ଗୁଡିକ ଆସନ୍ତା ୧୬ ତାରିଖଠାରୁ ଖୋଲିବାକୁ ଏଏସ୍ଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି
– କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖରେ ଆରମ୍ଭ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ.ଜେ.ଇ.ଇ. ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ, ଅନ୍ୟପକ୍ଷରେ ଓ.ଜେ.ଇ.ଇ. ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ସମୟ ସୀମା ଆସନ୍ତା ଜୁଲାଇ ୧୨ ଯାଏଁ ବୃଦ୍ଧି
– ଓଡ଼ିଶାର ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି, ଗାଁଠାରୁ ସହର ପର୍ଯ୍ୟନ୍ତ ଏହି ତିନିଦିନିଆ ପର୍ବକୁ ଚଳିତ ବର୍ଷ କୋଭିଡ୍ ସଂକ୍ରମଣ ଯୋଗୁଁ ନିରାଡମ୍ବର ଭାବେ ପାଳନ କରାଯାଉଛି
– ରଜ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
– ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି
– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବଡ ବର୍ଡାକଟା ଗାଁରେ ବଜ୍ରପାତ ଘଟି ୨ ମୃତ, ଜଣେ ଗୁରୁତର

Comments are closed.