ରାତି ୧୦ଟା – ମୁଖ୍ୟ ଖବର

– କୋଭିଡ-୧୯ରେ ପ୍ରାଣ ହରାଇଥିବା ୬୭ଜଣ ସାମ୍ବାଦିକଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଁଏ ସହାୟତା ଦେବେ କେନ୍ଦ୍ର – ରାଜ୍ୟରେ ଆଜି ୧୧ ହଜାର ୫୫୧ କୋରୋନା ଆକ୍ରାନ୍ତ ସୁସ୍ଥ
– ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ ସହ ବୈତରଣୀ ନଦୀରେ ବନ୍ୟା ନେଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ – ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା-ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦେଶ
– ସ୍ଥଗିତ ଥିବା ବିପିୟୁଟି ଅଡ ସେମିଷ୍ଟାର(ରେଗୁଲାର ଓ ବ୍ୟାକ୍‌) ପରୀକ୍ଷା ଜୁନ ୪ରୁ ୧୭ ମଧ୍ୟରେ ହେବ
– ଭଦ୍ରକ ଏବଂ ବାଲେଶ୍ବର ଜିଲା ପାଇଁ ୧୦୦୦ କୁଶଳୀ ଶ୍ରମିକଙ୍କୁ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ
– ବାତ୍ୟା ସମୟରେ ସୁରକ୍ଷିତ ଭାବରେ ୭୫୦ ଶିଶୁ ଜନ୍ମ ନେଇଛନ୍ତି, ନବଜାତ ଶିଶୁ ଓ ମା’ମାନେ ସୁରକ୍ଷିତ
– ବାତ୍ୟା ଆଶ୍ରୟସ୍ଥଳରୁ ଫେରିବା ପରେ କୋଭିଡ୍ ଲକ୍ଷଣ ନେଇ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ
– ଦୈନିକ ୧ କୋଟି ପାନ ଟିକାକରଣ ନେଇ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
– ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ
– ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଦିନକରେ ଆଉ ୩୪ କରୋନା ଆକ୍ରାନ୍ତ ମୃତ
– ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଆଜି କଟକଠାରେ ପରଲୋକ ଘଟିଛି
– ଦେଶରେ ଆଜି ୨ ଲକ୍ଷ ୧୧ ହଜାର ୨୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ
– ଆଜି ରାଜ୍ୟରେ ୬୭୩୬ ନୂଆ ସଂକ୍ରମିତ ଚିହ୍ନଟ

Comments are closed.