ରାତି ୧୦ଟା – ମୁଖ୍ୟ ସମ୍ବାଦ

ଆଞ୍ଚଳିକ
# ନିର୍ବାଚନ ଲଢ଼ିବେନି, ଲୋକଙ୍କ ପାଇଁ ରହିବେ ଓ ଲୋକଙ୍କ ସେବା କରିବେ – ବିଜେପି ନେତା ଦାମୋଦର ରାଉତ
# ରାଉରକେଲା ଆଇଜିଏଚ୍‌ରେ ଜଣେ କ୍ୟାନସର ଆକ୍ରାନ୍ତ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ – ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
# ସୁପ୍ରିମକୋର୍ଟ କହିଛନ୍ତି – ପୁରୀ ଶ୍ରୀମନ୍ଦିର ଚାରି ପାର୍ଶ୍ୱରୁ ମଠ ମନ୍ଦିର ଭାଙ୍ଗିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ
# ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ରାଜ୍ୟ ମାନବଧିକାର କମିଶନରେ ଅପିଲ କଲେ ନିହାରିକାଙ୍କ ବାପା, ମା – କ୍ରାଇମବ୍ରାଞ୍ଚ ତଦନ୍ତ ଦାବି
# ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
# ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦଲାଲମୁକ୍ତ – ଦଲାଲଙ୍କ ବାସସ୍ଥଳୀକୁ ଉଚ୍ଛେଦ କଲା ପ୍ରଶାସନ
# ପୂଜା ଛୁଟିରେ ୨ ଦିନ ପାଇଁ ଖୋଲା ରହିବ ଆରଟିଓ – ଅକ୍ଟୋବର ୫ରୁ ୮ ଯାଏ ଅପରାହ୍ନ ୩ଟାରୁ ୫ ଟା ପର୍ଯ୍ୟନ୍ତ କେବଳ ନୂଆ ଗାଡି ପଞ୍ଜିକରଣ ହେବ
# ଆସନ୍ତା ବର୍ଷ ଠାରୁ ରାଜ୍ୟର ଯୁକ୍ତ ୨ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବ୍ରେଲ ପୁସ୍ତକ

ଜାତୀୟ
# ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ବହୁ ବଡ଼ ବଡ଼ ନେତା ଆଜି ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି
# ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଭାରତକୁ ଧମକ – ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି
# ଭାରତ ଉପରେ ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୪ ଜଣ ସଦସ୍ୟ ଦିଲ୍ଲୀରେ ଅନୁପ୍ରବେଶ କରିଥିବା ସୂଚନା – ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି
# କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମୁମ୍ୱାଇ ସ୍ଥିତ ବାସଭବନରୁ ଚୋରି ଅଭିଯୋଗରେ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଗିରଫ
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ଦୁଇଟି ପ୍ରକଳ୍ପ ଉଦଘାଟନ କରିଛନ୍ତି।
# ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀରେ ପାକିସ୍ତାନ ଯିବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ – ପଞ୍ଜାବ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆନ୍ତର୍ଜାତିକ
# ଜଳବାୟୂ ପରିବର୍ତନ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସି\
# ଫ୍ରାନ୍ସର ନିମ୍ନ ସଦନରେ ପାକିସ୍ତାନ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ମସୁଦ ଖାନଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଇବାରେ ଭାରତ ସଫଳ

Comments are closed.