ରାତି ୯ଟା- ମୁଖ୍ୟ ଖବର

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ସ୍ୱତନ୍ତ୍ର ପୁରସ୍କାର

ପ୍ରତ୍ୟେକ ବର୍ଷ ମାଦକ ଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୬ଟି ଅଞ୍ଚଳ ମଧ୍ୟରୁ ବ୍ୟକ୍ତି କିମ୍ବା ସଂଗଠନକୁ ଏହି ପୁରସ୍କାର ଦିଆଯାଇଥାଏ

–ବିଶ୍ୱ ଅର୍ଥନୀତି ଚଳିତ ବର୍ଷ ୫ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇବ

–ଇକୋନମିକ୍‍ କୋଅପରେସନ୍‍ ଆଣ୍ଡ ଡେଭ୍‍ଲପ୍‍ମେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ଆକଳନ କରାଯାଇଛି

ଆସନ୍ତାକାଲି ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ

–କୋଭିଡ୍‍-୧୯ ପରିସ୍ଥିତିରେ ସ୍ୱାସ୍ଥ୍ୟସେବା ଓ ଶକ୍ତି କ୍ଷେତ୍ରର ବିକାଶ ସମ୍ବନ୍ଧରେ ଆଲୋଚନା

–ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟୟ ଆଜି ଅବସର ଗ୍ରହଣ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି

–ଟିକାକରଣକୁ ବ୍ୟାପକ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ‘ଭ୍ୟାକ୍ସିନ୍‍ ଆଟ ଡୋର ଷ୍ଟେପ୍‍’ 

–ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର 

–ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାଦଶ ପରୀକ୍ଷା ନେଇ ଗୁରୁବାର ସୁଦ୍ଧା ନିଷ୍ପତ୍ତି ସମ୍ଭାବନା, ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ କେନ୍ଦ୍ର ସରକାର
–ପରୀକ୍ଷା କରାଯିବ ନା ନାହିଁ, କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟକୁ ଜଣାଇବେ, ପିଆଇଏଲ୍‌ର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା।

–ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

–ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏ ଯାଏଁ ବିଜୁଳି ଆସିନାହିଁ, ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର : ଧର୍ମେନ୍ଦ୍ର ପ୍ରଧାନ

– ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ଓଡିଶା ପାଇଁ ନୁଆ କଥା ନୁହେଁ କିନ୍ତୁ ଏହାର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ

–ଖୁବ ଶୀଘ୍ର ସମ୍ବଲପୁରରେ ଆଉ ଏକ କୋଭିଡ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହେବ, ଦିନରେ ଝାରସୁଗୁଡ଼ା ଓ ଅନୁଗୁଳରେ ହେବ କୋଭିଡ ହସ୍‌ପିଟାଲ୍‌ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

–ତୃତୀୟ ଲହର ସଂକ୍ରମଣ ନ ବ୍ୟାପିବା ନେଇ ବ୍ୟବସ୍ଥା ହେଉଛି, ସମ୍ବଲପୁରରେ କୋଭିଡ ସ୍ଥିତି ସମୀକ୍ଷା ପରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା

–କୋଭିଡ ସେଣ୍ଟରର ସ୍ବତନ୍ତ୍ର ଯତ୍ନ ନିଆଯିବ। ଯେପରି ତୃତୀୟ ଲହର ସଂକ୍ରମଣ କରିବ ନାହିଁ

– ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦୪୦୫ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୬୮୦୯୩୨କୁ ବୃଦ୍ଧି

–ବ୍ରହ୍ମପୁରରେ ଅମ୍ଳଜାନ କଳାବଜାର ଅଭିଯୋଗ

–ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଆୟୋଜନ ନେଇ ପ୍ରଶାସନର ପ୍ରସ୍ତୁତି। ସବୁ ପକ୍ଷଙ୍କଠାରୁ ମତାମତ ନିଆଯାଉଛି : ଜିଲାପାଳ
–ଆସନ୍ତାକାଲିଠାରୁ ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲାରେ ଗାଡ଼ି ଶୋ’ ରୁମ୍ ଖୋଲିବ। ଶୋ’ ରୁମ୍ ଖୋଲିବା ଅନୁମତି ନେଇ ଟ୍ବିଟ କରି ସୂଚନା ଦେଲା ଏସ୍‌ଟିଏ।

–ବାତ୍ୟା ୟସ ଓ ବନ୍ୟା ପାଇଁ ଜଳସମ୍ପଦ ବିଭାଗର ୮୭କୋଟି କ୍ଷତି। କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦେଲା ବିଭାଗ

– କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ଦିନକରେ ୪ ଶିଶୁ ମୃତ

– ଟ୍ବିଟରକୁ ନୂଆ ଆଇଟି ନିୟମ ପାଳନ କରିବାକୁ ପଡ଼ିବ: ଦିଲ୍ଲୀ ହାଇକୋର୍ଟ

– ସେଣ୍ଟ୍ରାଲ ଭିଷ୍ଟା ଉପରେ ରୋକ୍‌ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ, ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

– କଳା କବକ : ଉତ୍ତରପ୍ରଦେଶରେ ଦୃଷ୍ଟିଶକ୍ତି ହରାଇଲେଣି ୫୪ ଜଣ, ୮୦ ମୃତ

– ଏଣିକି ୩ ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି; ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଇନ ବଦଳାଇଲେ ସରକାର

Comments are closed.