ରାତି ୯ଟା-ମୁଖ୍ୟ ଖବର
–ଦେଶର ସମସ୍ତ ଜିଲ୍ଲାରେ କୋଭିଡ୍ ଟିକାକରଣ କେନ୍ଦ୍ର ସ୍ଥାପନ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
–କରୋନା ମହାମାରୀ ଦୃଷ୍ଟିରୁ ଭିସା ଅବଧି ଆସନ୍ତା ଅଗଷ୍ଟ ୩୧ ଯାଏଁ ବୃଦ୍ଧି
–ଦେଶରେ ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରତୀରକ୍ଷା ଅଧିକୃତ ପରିଷଦର ଅନୁମତି
– ଦିଲ୍ଲୀ ହାଇକୋର୍ଟରେ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ୨୦ ଲକ୍ଷ ତଣ୍ଡ
– ଦେଶରେ 5G ନେଟୱର୍କ ସ୍ଥାପନ ବିରୋଧରେ ମାମଲା କରିଥିଲେ ଜୁହି, ଆବେଦନକୁ ଖାରଜ କଲେ କୋର୍ଟ
– ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍ଆଇଆର୍)ର ବାର୍ଷିକ ବୈଠକରେ କହିଲେ ମୋଦୀ
– ଭାରତ କୃଷି, ମହାକାଶ, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା ଟେକ୍ନୋଲୋଜି ଏବଂ ଟିକା କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବାକୁ ବଦ୍ଧପରିକର
– ଭାରତୀୟ ବୈଜ୍ଞାନିକମାନେ ଗୋଟିଏ ବର୍ଷ ମଧ୍ୟରେ ସ୍ୱଦେଶୀ ଟିକା ବିକଶିତ କରିବା ବୋଧହୁଏ ଇତିହାସରେ ପ୍ରଥମ ଘଟଣା
– ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ( + ୨ ପରୀକ୍ଷା) ପରୀକ୍ଷା ବାତିଲ
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ; ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ
–ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି
–ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ହାର ୯ ଦଶମିକ ୫ ପ୍ରତିଶତ ହେବ : ଭାରତୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
–ରେପୋ, ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
–ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସି ଖବର, ଜମା ଟଙ୍କା ଫେରସ୍ତ ଆବେଦନ ପାଇଁ ଖୋଲିଲା ସରକାରୀ ୱେବ୍ସାଇଟ୍, ଅନ୍ଲାଇନ୍ ଆବେଦନ କରିପାରିବେ କ୍ଷତିଗ୍ରସ୍ତ ଜମାକାରୀ
Related Posts
Comments are closed.