ରାତି ୮ଟା – ମୁଖ୍ୟ ଖବର

–ସିଂହଦ୍ବାର ସାମ୍ନାରେ ପହଞ୍ଚିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖରେ ଲାଗିଲା। ତିନି ରଥ ପହଞ୍ଚିବା ପରେ ସେବାୟତଙ୍କ ଗୀତ ଗୋବିନ୍ଦ ଗାନ। ଶହ ଶହ ସେବାୟତ ଏକସ୍ବରରେ ଗାଇଲେ ଗୀତଗୋବିନ୍ଦ। ଆସନ୍ତାକାଲି ଶ୍ରୀଜୀଉଙ୍କ ହେବ ସୁନାବେଶ

–ଭୁବନେଶ୍ବର ସହରରେ ପ୍ରବଳ ବର୍ଷା। ଜନଜୀବନ ଅସ୍ତବ୍ୟସ୍ତ। ଅପରାହ୍ଣ ସାଢ଼େ ୫ଟା ସୁଦ୍ଧା ୪୩.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ।

–ଚତୁର୍ଥ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବଙ୍କ ସୂଚନା-ଏବେ ବି ୪୦କୋଟି ଲୋକ ସମ୍ବେଦନଶୀଳ ଓ ବିଦଦରେ ରହିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା।

–ଦେଶର ୭୦ ଜିଲାରେ ୨୮, ୯୭୫ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା। ୭୦ ଜିଲାର ପ୍ରତି ଜିଲାରୁ ୧୦ ଗାଁ ଏବଂ ପ୍ରତି ଗାଁରୁ ୪୦ ନମୂନା ନେଇ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ପ୍ରାୟ ୬୭.୬% ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ।

–୬ରୁ୯ ବର୍ଷ ପିଲାଙ୍କଠାରେ ସେରୋ ପ୍ରିଭେଲାନ୍ସ ୫୭.୨ ପ୍ରତିଶତ। ୧୦ରୁ ୧୭ ବର୍ଷ ମଧ୍ୟରେ ୬୧.୬% ଏବଂ ୧୮ରୁ ୪୪ ମଧ୍ୟରେ ୬୬.୭%। ୪୫ରୁ ୬୦ ବର୍ଷ ମଧ୍ୟରେ ୭୭.୬ ସେରୋ ପ୍ରିଭେଲାନ୍ସ।

–ସର୍ଭେ ଅନୁସାରେ ଟିକା ନେଇଥିବା ଲୋକଙ୍କଠାରେ ସେରୋ ପ୍ରିଭେଲାନ୍ସ ବେଶି। ଟିକା ନେଇନଥିବା ଲୋକଙ୍କଠାରେ ୬୨.୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ। ଗୋଟିଏ ଡୋଜ ଲୋକଙ୍କଠାରେ ୮୧% ଏବଂ ୨ଟି ଡୋଜ ପରେ ୮୯.୮%।

–ସର୍ଭେ ଅନୁସାରେ ଦେଶର ଦୁଇ ତୃତୀୟାଂଶ ଲୋକଙ୍କୁ ଛୁଇଁ ସାରିଛି କରୋନା ଭୂତାଣୁ। ବାକି ୪୦କୋଟି ଲୋକ ଏବେ ବି ସମ୍ବେଦନଶୀଳ ରହିଛନ୍ତି। ଏବେ ବି ବିପଦ ରହିଛି। ଆଦୌ ଢିଲା ହେବା ଅନୁଚିତ।

–ସେରୋ ସର୍ଭେ ପରେ ଆଇସିଏମଆର ଡିଜି ବଳରାମ ଭାର୍ଗବଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା-ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ। ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କଠାରେ ରୋଗ ପ୍ରତିଷେଧକ ଶକ୍ତି ବେଶି।

–ସର୍ଭେ ଅନୁସାରେ ପିଲାମାନଙ୍କଠାରେ ଭାଇରସ ମୁକାବିଲା କ୍ଷମତା ଅଧିକ। ବିଦେଶରେ ବି କୌଣସି ପ୍ରାଥମିକ ସ୍କୁଲ ବନ୍ଦ କରାଯିବା ନଜିର ବହୁତ କମ।

–ତେଣୁ ଦେଶରେ ପ୍ରଥମେ ପ୍ରାଥମିକ ସ୍କୁଲ ଏବଂ ପରେ ମାଧ୍ୟମିକ ସ୍କୁଲ ଖୋଲୁ। କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସପୋର୍ଟ ଷ୍ଟାଫଙ୍କ ଟିକାକରଣ ଜରୁରୀ। ସ୍କୁଲ ଖୋଲିବା ପୂର୍ବରୁ ସବୁ ଶିକ୍ଷକ ଓ ଡ୍ରାଇଭରଙ୍କୁ ଟିକାକରଣ କରାଯାଉ।

–ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତ ଅଭିଯୋଗରେ ଗିରଫ ; ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ପୁଲିସ ପକ୍ଷରୁ ପ୍ରକାଶ। ଜୁଲାଇ ୨୩ ଯାଏ ପୁଲିସ ହେପାଜତରେ ରାଜ୍‌ କୁନ୍ଦ୍ରା

–ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧିରୟ ମାଝୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

–ଦିଲ୍ଲୀରେ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଅଶଙ୍କା ନେଇ ସତର୍କ କଲା ପୁଲିସ

–ତିରୁପତିରେ ଭଗବାନ ବାଲାଜୀଙ୍କୁ ୧ କୋଟି ଟଙ୍କାର ଖଡ୍‍ଗ ଅର୍ପଣ

–ଇଦ ଅଲ-ଆଧା ପୂର୍ବରୁ ଆଫଗାନ ରାଷ୍ଟ୍ରପତି ପ୍ରାସାଦକୁ ଲକ୍ଷ୍ୟ କରି ରକେଟ ଆକ୍ରମଣ

–ଜଷ୍ଟ ଡାଏଲର ୪୦.୯୫% ଅଂଶଧନ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ ଭେଂଚର୍ସ

–ଜମ୍ମୁ କାଶ୍ମୀରରେ ଇସଲାମିକ ଷ୍ଟେଟର ସିଧାସଳଖ ଉପସ୍ଥିତିର ପ୍ରମାଣ ମିଳିଲା

–ରାଜ୍ୟରେ ୨୪ ଘଣ୍ଟାରେ ୨୦୮୫ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ; ସଂଗରୋଧରୁ ୧୧୯୮ ଏବଂ ସ୍ଥାନୀୟ ସଂକ୍ରମିତ ୮୮୭

–ଦିନକରେ ୨୨୪୮ ଜଣ ସୁସ୍ଥ ;  ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୯୩୨୬୬୬ ଜଣ ଆରୋଗ୍ୟଲାଭ। ସଂପ୍ରତି ରାଜ୍ୟରେ ୨୦୧୬୮ ଜଣ ସକ୍ରିୟ ସଂକ୍ରମିତ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧୭୨

–ବ୍ରିଟେନ ହାସପାତାଳରେ ଭର୍ତ୍ତି ୬୦% କରୋନା ରୋଗୀ ଟିକା ନେଇନାହାନ୍ତି। ଭାରତକୁ ମିଳିଲା ୨ଟି ଏମଏଚ- ୬୦ଆର ସିହକ୍‍ ହେଲିକପ୍ଟର ଓ ପି-୮ ପୋସିଡନ୍‍

 

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ। ୪୫,୨୫୪ ଜଣ କରୋନା ରୋଗୀ ସୁସ୍ଥ। କରୋନାରୁ ମୋଟ ୩,୦୩,୫୩,୭୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ଆରୋଗ୍ୟ ହାର ୯୭.୩୭%

–ସମଗ୍ର ଦେଶରେ ସଂପ୍ରତି ୪,୦୬,୧୩୦ ଜଣ ସକ୍ରିୟ ସଂକ୍ରମିତ ; ସଂକ୍ରମିତଙ୍କ ହାର ୧.୩୦%। ଦେଶରେ ଦୈନିକ ସଂକ୍ରମଣ ହାର ୧.୬୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୬%। ମୋଟ ୪୪.୭୩ କୋଟି ନମୁନା ପରୀକ୍ଷା।

–ସୋମବାର ସଂଧ୍ୟା ସୁଦ୍ଧା ୪୧.୧୮ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

Comments are closed.