ରାତି ୮ଟା – ମୁଖ୍ୟ ଖବର

– ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା। ୭ରୁ ୧୦ ଦିନ ଭିତରେ ସଂକ୍ରମଣ ଶୀର୍ଷ ଛୁଇଁ କ୍ରମଶଃ ହ୍ରାସ ପାଇବ। ଏବେ ତାଲାବନ୍ଦ ଯୋଗୁ ସମାନ୍ତରାଳ ସ୍ଥିତିରେ ଓଡ଼ିଶା।

– ଓଡ଼ିଶାରେ ସଂକ୍ରମଣ ହାର ୨୦ ପ୍ରତିଶତକୁ ଖସିଛି। ପିକ୍‌ ସ୍ଥିତି ଆଡ଼କୁ ମୁହାଉଛି ଓଡ଼ିଶା।

– ମେ’ ୨୦ରୁ ୨୭ ତାରିକ ପର୍ଯ୍ୟନ୍ତ ହାଇକୋର୍ଟ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା। କରୋନା ସଂକ୍ରମଣ ବୃଦ୍ଧି ଓ କିଛି କର୍ମଚାରୀ ସଂକ୍ରମିତ ହେବା ପରେ ପଦକ୍ଷେପ। ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦେଶନାମା ଜାରି।

– ଜରୁରୀ ମାମଲା ଶୁଣାଣି ପାଇଁ ରୋଜିଷ୍ଟ୍ରାର ଜୁଡ଼ିସିଆଲ୍‌ଙ୍କୁ ଆବେଦନ କରିହେବ।

– ଯୁକ୍ତ-୨ ଶିକ୍ଷାନୁଷ୍ଠାନକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ: ଉଚ୍ଚଶିକ୍ଷା ମନ୍ତ୍ରୀ

– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୫୫

– ସ୍ତନ୍ୟପାନ କରାଉଥିବା ମହିଳା ବି ନେଇପାରିବେ କରୋନା ଟିକା। ଏଇଜିଭିଏସିର ନୂଆ ପ୍ରସ୍ତାବକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ।

– କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇ ପାରିବେ ଟିକା। ପ୍ରଥମ ପାନ ଟିକା ପରେ ପଜିଟିଭ ହୋଇଥିଲେ ୩ ମାସ ଘୁଞ୍ଚିବ ଦ୍ବିତୀୟ ପାନ ଟିକାକରଣ।

– ଡ୍ରାଇଭି ଇନ୍‌ ଏବଂ ଘରେ ପହଞ୍ଚି ଟିକାକରଣକୁ ମନା କଲେ ସରକାର। ଏ ନେଇ ସବୁ ଜିଲାପାଳ ଓ ମହାନଗର ନିଗମ ଆୟୁକ୍ତଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

– ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଜବାବ ତଲବ କଲେ। କଳାବାଜରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ।

– ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୦ ହଜାର ୩୬ କୋରୋନା ଆକ୍ରାନ୍ତ ଆଉ ସୁସ୍ଥ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି

– ଚାରି ମାସର ଅଗ୍ରୀମ କଳାକାର ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପାଇବେ ୩୭ ହଜାର କଳାକାର

– ଅମ୍ଲଜାନ ସିଲିଣ୍ଡର ଓ ଔଷଧ ଚଢ଼ା ଦରରେ ବିକ୍ରି ନେଇ ଓଡ଼ିଶା ମାନବାଧିକାର ଆୟୁକ୍ତ (ଓଏଚ୍‌ଆର୍‌ସି) କ୍ଷୁବ୍ଧ। ନିଜ ତରଫରୁ ମାମଲା କରି ଜବାବ ତଲବ କଲେ ମାବନାଧିକାର ଆୟୁକ୍ତ।

– ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା-ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୬ରେ ଉପକୁଳ ମୁହାଁଇବ। ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ।

– କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ବାରା ସଂକ୍ରମଣ ଘଟଣା। ପରାମର୍ଶ ଦେଲେ ଡା.ଜୟନ୍ତ ପଣ୍ଡା ଓ ପରେଶ ମହାନ୍ତି। କହିଲେ ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସ ପ୍ରବେଶ କରିଥାଏ। ବ୍ଲାକ ଫଙ୍ଗସ ବାୟୁମଣ୍ଡଳରେ ଥାଏ, ଶ୍ବାସକ୍ରିୟା ଜରିଆରେ ଶରୀରରେ ପ୍ରବେଶ କରେ।

– କରୋନା ପରେ ଘାତକ ହୋଇପାରେ ବ୍ଲାକ ଫଙ୍ଗସ। ବାୟୁମଣ୍ଡଳରୁ ଶ୍ବାସ ପ୍ରଶ୍ବାସରେ ଶରୀରରେ ପ୍ରବେଶ କରିପାରେ ଫଙ୍ଗସ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ବ୍ଲାକ ଫଙ୍ଗସ ଆକ୍ରାମଣ କରେ।

– ତାଲାବନ୍ଦ ସମୟରେ ଯାଞ୍ଚବେଳେ ଭୁବନେଶ୍ବରରେ ଫସିଲେ ୩ ଦୁର୍ଦ୍ଧାନ୍ତ ଅପରାଧୀ। ସେମାନଙ୍କଠାରୁ ୨ଟି ପିସ୍ତଲ ଜବତ। ତାଲାବନ୍ଦବେଳେ ଲୁଟପାଟ ପାଇଁ ଯୋଜନା ଚଳାଇଥିବା ସୂଚନା

– ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରର ବକୁଲି ଘାଟ ନିକଟରେ ଅଘଟଣ। ଡଙ୍ଗାବୁଡ଼ି ଗୋଟିଏ ପରିବାରର ବାପା, ଝିଅ ଓ ନାତି ନିଖୋଜ। ଝିଅ ଓ ନାତିକୁ ଶ୍ବଶୁରଘରେ ଛାଡ଼ିବାକୁ ନେବାବେଳେ ଦୁର୍ଘଟଣା।

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ ଜିଲାରୁ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

– ରାଜ୍ୟରେ ଦିନକରେ ୧୧୦୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

– ରାଉରକେଲାରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଖୋଲିବ ଆଉ ୪ଟି ଟିକାକରଣ କେନ୍ଦ୍ର

– ଚାଷୀ ନେତା ଡା.ସୁଧୀର ପରିଚ୍ଛାଙ୍କ ନିଧନ

– ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଚଳନ୍ତା ବାଇକରୁ ଯୁବକଙ୍କୁ ଝାମ୍ପିନେଲେ ଭାଲୁ

–ଫୁଲପାହାଡି ଗ୍ରାମରୁ ୮ ଫୁଟ ର ଅଜଗର ଉଦ୍ଧାର

–ପାଟଣାରେ କରୋନା କଟକଣା ନ ମାନି ତଣ୍ଡ ଗଣିଲେ ଅମାନିଆ

– ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର ପାଇଁ ପୁଣି ହ୍ବାଟ୍‌ସଆପକୁ କେନ୍ଦ୍ରର ନିର୍ଦେଶ

– ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ; ବାତ୍ୟା ‘ତାଉ-ତେ’ର କରିବେ ସମୀକ୍ଷା

– ନୂଆଦିଲ୍ଲୀ: ଦେଶରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨.୬୭ ଲକ୍ଷ ; ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୫୨୯ ମୃତ

– ଦୁର୍ବଳ ହେଲା ବାତ୍ୟା ତାଉ-ତେ, ଉତ୍ତର ଭାରତରେ ପ୍ରବଳ ବର୍ଷା ଆଶଙ୍କା

– ପିଲାଙ୍କ ଉପରେ କରୋନା ଟିକା ପରୀକ୍ଷଣ ବିରୋଧରେ ପିଟିଶନ, କେନ୍ଦ୍ର ସରକାର ଓ ଭାରତ ବାୟୋଟେକକୁ ନୋଟିସ

– ଟିକା ଉତ୍ପାଦନ ପାଇଁ ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦେବାକୁ ଗଡ଼କରୀଙ୍କ ପ୍ରସ୍ତାବ

– ଭାରତବାସୀଙ୍କୁ ଅଣଦେଖା କରି କୋଭିସିଲ୍ଡ ଟିକା ରପ୍ତାନି କରିନାହିଁ-ଆଦାର ପୁନାୱାଲା

– ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବିଫଳ; ବିଏସଏଫ ହାତରେ ଧରାପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

– ନିୟନ୍ତ୍ରଣ ରେଖାରେ ‘ଚାଏ ପେ ଚର୍ଚ୍ଚା’; ଉରିରେ ଭାରତୀୟ ସେନା ଖୋଲିଲା ନୂଆ କାଫେ

– ପାନାସିଆ ବାୟୋଟେକରୁ ସମସ୍ତ ଅଂଶଧନ ପ୍ରତ୍ୟାହାର କଲେ ଆଦାର ପୁନାୱାଲା

– ୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ, ୨୦୧୫ ପରେ ପ୍ରଥମ; ୨ ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଖେଳିବେ

– କରୋନା ଭୂତାଣୁର ସିଙ୍ଗାପୁର ଭାରିଆଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଏକ ଟ୍ବିଟକୁ ଖଣ୍ଡନ କଲେ ସିଙ୍ଗାପୁର ସରକାର

– କେଜ୍ରିୱାଲଙ୍କ ଟ୍ବିଟ୍‌କୁ ନେଇ ବଢ଼ିଲା ବିବାଦ; ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସିଙ୍ଗାପୁରର ସମନ୍‌

Comments are closed.