ସନ୍ଧ୍ୟା ୫ଟା-ମୁଖ୍ୟ ଖବର

– ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍ଆଇଆର୍)ର ବାର୍ଷିକ ବୈଠକରେ କହିଲେ ମୋଦୀ
– ଭାରତ କୃଷି, ମହାକାଶ, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା ଟେକ୍ନୋଲୋଜି ଏବଂ ଟିକା କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବାକୁ ବଦ୍ଧପରିକର
– ଭାରତୀୟ ବୈଜ୍ଞାନିକମାନେ ଗୋଟିଏ ବର୍ଷ ମଧ୍ୟରେ ସ୍ୱଦେଶୀ ଟିକା ବିକଶିତ କରିବା ବୋଧହୁଏ ଇତିହାସରେ ପ୍ରଥମ ଘଟଣା
– ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ( + ୨ ପରୀକ୍ଷା) ପରୀକ୍ଷା ବାତିଲ
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ; ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ
–ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି
–ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ହାର ୯ ଦଶମିକ ୫ ପ୍ରତିଶତ ହେବ : ଭାରତୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
–ରେପୋ, ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
– ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
– ସଂଗରୋଧରୁ ୪୩୩୧ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯୮ ଜଣ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୨
Related Posts
Comments are closed.