ରାତି ୧୦ଟା – ମୁଖ୍ୟ ଖବର

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ଆସନ୍ତାକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ
୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ
୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା
୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଉତ୍ତେଜନା ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି
୫. ଦେଶରେ ଆଜି ୪୨,୬୭,୭୯୯ ଜଣ କରୋନା ଟୀକା ନେଇଛନ୍ତି , ଆଜି ସୁଦ୍ଧା ଟୀକା ନେଲେଣି ୪୨,୭୮,୮୨,୨୬୧
୬. ଆଜି ରାଜ୍ୟରେ ୧୮୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ ଓ ୧୮୬୫ ସୁସ୍ଥ
୭. ନନ୍ଦନକାନନରେ ଅସୁସ୍ଥ ସିଂହ ଶାବକ ଚିକିତ୍ସା ପାଇଁ ତନାଘନା ଉଦ୍ୟମ, ବିଶେଷଜ୍ଞଙ୍କ ମରାମର୍ଶରେ କଲିକତାରୁ ମଗାଗଲା ରୟାଲ କାନାଇନ୍ କ୍ଷୀର ପାଉଡର
୮. ରାଜ୍ୟରେ ଆଜି ୧,୩୯,୬୯୯ ଜଣ କରୋନା ଟୀକା ନେଇଛନ୍ତି , ଆଜି ସୁଦ୍ଧା ଟୀକା ନେଲେଣି ୧,୫୨,୪୪,୭୮୪
୯. ହୀରାକୁଦ ଜଳ ଭଣ୍ଡାରରେ ଉପର ମୁଣ୍ଡରୁ ବଢ଼ିଚାଲିଛି ବନ୍ୟା ଜଳ ପ୍ରବାହ, ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ବୈତରଣୀ, ବିପଦ ସଙ୍କେତ ୧୭.୮୩ ଥିବାବେଳେ ଏବେ ଜଳସ୍ତର ରହିଛି ୧୭.୯୪
୧୦. ଆଜି ଦେଶରେ ୩୯୦୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୦୮୭ ମୃତ ଓ ୫୪୬ ସୁସ୍ଥ

Comments are closed.