ରାତି ୧୦ଟା- ମୁଖ୍ୟ ଖବର

–ଜୁଲାଇ ୩୦ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା, ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ ପରୀକ୍ଷା

–ଚଳିତ ବର୍ଷ ଜୁନ ମାସରେ ୮୫୮କୋଟି ଜିଏସଟି ଆଦାୟ, ପେଟ୍ରୋଲ ଓ ମଦ ଉପରେ ଚଳିତ ବର୍ଷ ୭୦୯କୋଟି ୩୨ଲକ୍ଷ ଭାଟ ଆଦାୟ

-‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଏହି ଅବସରରେ ଶ୍ରୀ ମେଦୀ କହିଛନ୍ତି :

-ଡିଜିଟାଲ ମାଧ୍ୟମରେ ସଶକ୍ତ ଯୁବକ ଏହି ଦଶନ୍ଧିକୁ ‘ଭାରତର ଡେକେଡ୍’ରେ ପରିଣତ କରିବେ 
-ଡିଜିଟାଲ ଇଣ୍ଡିଆ ଆତ୍ମନିର୍ଭର ଭାରତର ପ୍ରମୁଖ ଆଧାର 
-ଡିଜିଟାଲ ଇଣ୍ଡିଆର ଅର୍ଥ ହେଉଛି ଦ୍ରୁତ ଲାଭ, ସମ୍ପୂର୍ଣ୍ଣ ଲାଭ, ଡିଜିଟାଲ ଇଣ୍ଡିଆର ଅର୍ଥ ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ 
-କରୋନା କାଳରେ ଭାରତର ଡିଜିଟାଲ ସମାଧାନ ସାରା ବିଶ୍ବର ଧ୍ୟାନ ଆକର୍ଷଣ କରିଛି : ପ୍ରଧାନମନ୍ତ୍ରୀ
-୧୦ କୋଟିରୁ ଊର୍ଦ୍ଧ୍ବ ପରିବାରଙ୍କ ଆକାଉଣ୍ଟରେ ଜମା ହୋଇଛି ୧.୩୫ ଲକ୍ଷ କୋଟି : ପ୍ରଧାନମନ୍ତ୍ରୀ
-ଏକ ରାଷ୍ଟ୍ର-ଏକ ଏମଏସପି ଭାବନାକୁ ବାସ୍ତବ ରୂପ ଦେଇଛି ଡିଜିଟାଲ ଇଣ୍ଡିଆ : ପ୍ରଧାନମନ୍ତ୍ରୀ

–ପେଟ୍ରୋଲରୁ ୫୮୫.୪୯ କୋଟି ଓ ମଦରୁ ୧୨୩କୋଟି ୮୨ଲକ୍ଷ ଆଦାୟ

–ମାତିଛନ୍ତି ସାଇବାର ଲୁଟେରା: ଜୁନ ମାସରେ ୧କୋଟି ୫୩ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି ସାଇବର ଠକ। କେବଳ ଭୁବନେଶ୍ବରରୁ ଲୁଟିଛନ୍ତି।୮୩ଲକ୍ଷ ଟଙ୍କାରୁ ଅଧିକ। ଲୁଟ ଅର୍ଥରୁ ମାତ୍ର ୧୬ଲକ୍ଷରୁ ଅଧିକ ଟଙ୍କା କରାଯାଇଛି ବ୍ଲକ।

–ଜୁନମାସରେ ୪୬୩ଟି ଠକେଇ ନେଇ ସାଇବର ସେଲକୁ ଫୋନ। ୨୨୯ଟି ଭୁବନେଶ୍ବରରୁ ଏବଂ ୨୩୪ଟି କଲ ରାଜଧାନୀ ବାହାରୁ ଆସିଛି।

–ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ଆସନ୍ତା କାଲି ଆସିପାରେ ପ୍ରାୟ ଆଉ ୧୦ ଲକ୍ଷ ଟିକା

–ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲିଧର ଗୁରୁବାର ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଉଦଘାଟନ କରିଛନ୍ତି

–ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବର ଏମ୍‌ସରେ କାର୍ୟ୍ୟକ୍ଷମ ହେବ ଏକମୋ ମେସିନ, ଖୁବ ଶୀଘ୍ର ଆସିବ ଦ୍ବିତୀୟ ଏକମୋ ମେସିନ

–ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

–ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବଜେଟ ୨ ଗୁଣା କରିଛୁ। ଡାକ୍ତରଙ୍କ ଉପରେ ଆକ୍ରମଣ ରୋକିବାକୁ କଡ଼ା ଆଇନ ହୋଇଛି,ଯୋଗକୁ ବୈଜ୍ଞାନିକ ପଦ୍ଧତିରେ ଆଗକୁ ନେବା ପାଇଁ ଆଇଏମ୍‌ଏକୁ ଆହ୍ବାନ

–କୋଭିସିଲ୍ଡ ଟିକାକୁ ଗ୍ରୀନ ପାସପୋର୍ଟରେ ସ୍ଥାନ ଦେଲେ ୮ଟି ୟୁରୋପୀୟ ରାଷ୍ଟ୍ର, ଦୁଇ ପାନ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ବାରେଣ୍ଟାଇନ ମନା।

–କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ ଟ୍ରାଏଲକୁ ମିଳିଲାନି ଅନୁମତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା

–କଟକରେ ନକଲି ଔଷଧ କାରବାର ମାମଲା ହାଇକୋର୍ଟକୁ ଗଲା,ମାମଲାର ସିବିଆଇ କିମ୍ବା କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଦାବି

–ଖୁବ ଶୀଘ୍ର ହୋଇପାରେ ୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ, ଡିସିଜିଆଇକୁ ଜରୁରୀକାଳୀନ ଅନୁମତି ମାଗିଲା ଜାଇଡସ କାଡ଼ିଲା

–ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ-ସ୍ବାସ୍ଥ୍ୟ ନିର୍ଦେଶକ,ସମସ୍ତେ ଗାଇଡଲାଇନ ମାନିଲେ ସଂକ୍ରମଣ ନିଶ୍ଚିତ କମିବ

–ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ

–ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ, ଦାଉଦ ମର୍ଚ୍ଚାଣ୍ଟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ଅପରିବର୍ତ୍ତିତ

–ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ଓମ୍‍ ପ୍ରକାଶ ରାଜଭରଙ୍କ ନୂଆ ଫର୍ମୁଲା; ୫ ବର୍ଷରେ ଦାୟିତ୍ୱ ନେବେ ୫ ମୁଖ୍ୟମନ୍ତ୍ରୀ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଦିନକରେ ୬୧,୫୮୮ ଜଣ ସୁସ୍ଥ ; ମୋଟ ଆରୋଗ୍ୟ ସଂଖ୍ୟା ୨,୯୪,୮୮,୯୧୮,ଆରୋଗ୍ୟ ହାର ୯୬.୯୭%

–ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨

–ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

–ନାବାଳକ ଚା’ ଦୋକାନୀଙ୍କୁ ଗୋଇଠା ମାଡ ଘଟଣାରେ ପୁଲିସ୍‍ କର୍ମଚାରୀ ନିଲମ୍ବିତ

–ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

–ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ

–ପୁରୀରେ  ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ 

Comments are closed.