ପିକଅପ ଭ୍ୟାନ ସହ ୮୦ଲକ୍ଷର ଗଞ୍ଜେଇ ଜବତ

କୋରାପୁଟ : ମାଛକୁଣ୍ଡ ବିଏସଏଫ ଓ କୋରାପୁଟ ପୁଲିସ ଦ୍ୱାରା ଗାଡି ଯାଞ୍ଚ ସମୟରେ ପିକଅପ ଭ୍ୟାନରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବୁଧବାର ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାସହ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି। ପୁଲିସ ଯାଞ୍ଚ ସମୟରେ ହନୁମାନ ଗାଁ ନିକଟରେ ଗାଡି ଛାଡ଼ି ଉକ୍ତ ପିକଅପ ଭ୍ୟାନର ଚାଳକ ସମେତ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ଗଞ୍ଜେଇ ଜବତ କରାଯିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.