ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ଓସ୍‌ୱାସ୍‌ ଜରିଆରେ ଫାଇଲ୍‌ କାର୍ଯ୍ୟର ଶୁଭାରମ୍ଭ

ଖୋର୍ଦ୍ଧା: ରାଜ୍ୟର ପ୍ରଥମ ଜିଲା ଭାବେ ଖୋର୍ଦ୍ଧା ଜିଲାରେ ଓସ୍‌ୱାସ୍‌ ସିଷ୍ଟମ୍‌ ପ୍ରଚଳନ କରାଯାଇଛି। ରାଜ୍ୟ ଲୋକସେବା ଭବନ ତଥା ନିର୍ଦେଶାଳୟମାନଙ୍କରେ ବର୍ତ୍ତମାନ ଏହି ଓସ୍‌ୱାସ୍‌ ସିଷ୍ଟମ୍‌ ମାଧ୍ୟମରେ କାର୍ଯ୍ୟ କରାଯାଉଛି। କାଗଜ ବିହିନ ଫାଇଲ୍‌ ପ୍ରଚଳନ ଏବଂ କାର୍ଯ୍ୟ ପ୍ରଣାଳୀ ଏହି ୱେବ୍‌ସରାଇଟ୍‌ର ପ୍ରମୁଖ ବିଶେଷତ୍ବ ରହିଛି। ଓସ୍‌ୱାସ୍‌ ମାଧ୍ୟମରେ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ଏବଂ ସମୟାନୁଯାୟୀ ହୋଇଥାଏ। ଆଜି ଏହି ଓସ୍‌ୱାସ୍‌ ସିଷ୍ଟମ୍‌ ମାଧ୍ୟମରେ ଜିଲାପାଳ ସନତ କୁମାର ମହାନ୍ତି ଅଫିସ୍‌ କାର୍ଯ୍ୟ ପରିଚାଳନାକୁ ଆରମ୍ଭ କରିଛନ୍ତି। ପର୍ଯ୍ୟାୟ କ୍ରମେ ଏହାକୁ ଜିଲାର ସମସ୍ତ ଅଫିସ୍‌କୁ ସମ୍ପ୍ରସାରଣ କରିବା ନିମେନ୍ତ ଯୋଜନା ରହିଛି ବୋଲି କହିଛନ୍ତି। କୋଭିଡ୍‌ ମହାମାରୀ ଭଳି ସମୟରେ ମଧ୍ୟ ଜନସାଧାରଣଙ୍କ ସେବା ଏବଂ ହିତ ଉଦେଶ୍ୟରେ ଏହି ସଫ୍ଟୱେର୍‌ ମାଧ୍ୟମରେ ସରକାରୀ କାର୍ଯ୍ୟକୁ ନିରନ୍ତର ଚଳାଇବା ନିମନ୍ତେ ଏହି ପଦକ୍ଷେପ ଖୁବ୍‌ କମ୍‌ ସମୟ ମଧ୍ୟରେ ଆରମ୍ଭ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ବିଶ୍ବାଳ ସୂଚନା ଦେଇଛନ୍ତି।

Comments are closed.