ଜାଲ ନୋଟ ଠାବ ; ୨ ଗିରଫ

ବାରିପଦା : ବାରିପଦା ସହରରେ ୨ ଜଣ ଆନ୍ତରାଜ୍ୟ ନକଲି ନୋଟ ଟଙ୍କା କାରବାର କରୁଥିବା ବେଳେ ଟାଉନ ଥାନା ପୁଲିସ ଦ୍ୱାରା ଆଜି ସକାଳୁ ଗିରଫ ହୋଇଛନ୍ତି । ମୋଟ ୮୫ ହଜାର ଟଙ୍କା ଜବତ ହୋଇଥିବା ମଧ୍ୟରୁ ପାଞ୍ଚ ଶହ ଟଙ୍କିଆ ୧୧୦ ଖଣ୍ଡ ଓ ଏକ ଶହ ଟଙ୍କିଆ ତିନି ଶହ ଖଣ୍ଡ ରହିଛି । ସେମାନଙ୍କ ଠାରୁ ୨ଟି ମୋବାଇଲ ଫୋନ ଏବଂ ଏକ ବାଇକ ମଧ୍ୟ ଜବତ ହୋଇଛି ।  ଟାଉନ ଥାନା ପୁଲିସ ଜାଲ ନୋଟ ରାକେଟ ଠାବ କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.