ଆଇଏମଆଇଟି ଏମସିଏ ବିଭାଗ ମୁଖ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା

କଟକ: ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଆଇଏମଆଇଟି), କଟକର ଏମସିଏ ବିଭାଗ ମୁଖ୍ୟ ଡକ୍ଟର ରାୟଗୁରୁ ଅକ୍ଷୟ କୁମାର ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉକ୍ତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମାନସ ରଞ୍ଜନ କବାଟ ସଭାପତିତ୍ଵ କରିଥିଲେ। ଏମବିଏ ବିଭାଗ ମୁଖ୍ୟ ଡକ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ବିଦାୟୀ ଶିକ୍ଷକଙ୍କର ଏକତିରିଶ ବର୍ଷର ନିଷ୍ଠାପର ଜୀବନୀ, କର୍ତବ୍ୟ ପରାୟଣତା ଏବଂ ଅନୁଷ୍ଠାନ ଗଢି ତୋଳିବାରେ ତାଙ୍କର ଭୂମିକା ବିଷୟରେ ସ୍ମୃତି ଚାରଣ କରିଥିଲେ। ଏମସିଏ ବିଭାଗର ଅରୁଣ କୁମାର ସ୍ଵାଇଁ ଏବଂ ଅଜିତ କୁମାର ସିଠ ଡକ୍ଟର ଦାଶଙ୍କର ମିଷ୍ଠ ଭାସି ଏବଂ ମେଳାପୀ ଆଚରଣ ବିଷୟରେ ଆଲୋକପାତ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ଏହି ବିଦାୟ ସଭାରେ ଉପସ୍ଥିତ ଥିଲେ। ପରିଶେଷରେ ବିଦାୟୀ ଶିକ୍ଷକଙ୍କ ଉଦେଶ୍ୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Comments are closed.