ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି

କଟକ : କଟକ ଜିଲା ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି। ପାଇକପୁର ଛକରୁ ମଞ୍ଚେଶ୍ୱର ଛକ ଯାଏଁ ୧୪୪ ଧାରା ଜାରି ହେବା ସହ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏହି କଟକଣା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ପ୍ରଶାସନ ଜାରି ରଖିଛି। କୋଭିଡ଼ ନିୟମ ଅନୁଯାୟୀ, ଭିଡ଼ ନହେବା ପାଇଁ ତଥା ସଂକ୍ରମଣକୁ ରୋକି ବାକୁ ସୁରକ୍ଷା ଦୃଷ୍ଟିରୁ ଏଭଳି କଟକଣା ଲାଗୁ କରାଯାଇଛି।

Comments are closed.