ଅଁଳା ନବମୀ ; ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା

ପୁରୀ : ଆସନ୍ତକାଲି ପବିତ୍ର ଅଁଳା ନବମୀ। ଏହାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯିବ। ଅଁଳା ନବମୀ ଅବସରରେ ଜନ ସମାଗମ ନହେବା ପାଇଁ ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଏହାସହ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ବୋଲି ସୂଚନା ମିଳିଛି।

Comments are closed.