କ୍ରେନ ଚାପାରେ ବୃଦ୍ଧାଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଶିଶୁ ମନ୍ଦିର ନିକଟସ୍ଥ ଟିଟିଲାଗଡ଼ ବଲାଂଗୀର ରାସ୍ତାରେ ଏକ କ୍ରେନ ଚାପାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ସ୍ଥାନୀୟ ସର୍ଗିଗୁଡା ପଡ଼ାର ଦେବକୀ ହରପାଳ ବୋଲି ଜଣାପଡ଼ିଛି । ଖବର ପାଇ ପୁଲିସ ଅଧିକାରୀ ରଞ୍ଜନ ବରିହା ପହଞ୍ଚି ବୃଦ୍ଧାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖାଯାଇଛି। ପରିବାର ଲୋକେ ଆର୍ଥିକ ସହାୟତା ଦାବି କରିଛନ୍ତି । ଏନେଇ ଆଲୋଚନା ଜାରି ରହିଛି । ଅପରପକ୍ଷରେ ସହର ମଧ୍ୟକୁ ଦିନ ବେଳା ସକାଳ ୮ ରୁ ରାତ୍ରୀ ୮ ଟା ପର୍ୟ୍ୟନ୍ତ ପ୍ରବେଶ ବାରଣ ରହିଥିବା ବେଳେ କ୍ରେନ ପ୍ରବେଶ କରିବା ସାଧାରଣ ରେ ଅସନ୍ତୋଷ ସୃଷ୍ଟି କରିଛି । ଭାରୀଯାନ ଅଭିଜ୍ଞତା ନଥିବା ଚାଳକ ଚଳାଉଥିବା ନେଇ ବାରମ୍ବାର ସହର ମଧ୍ୟରେ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

Comments are closed.