ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି , ମୋର ପ୍ରିୟ ବନ୍ଧୁ ଅହମ୍ମଦ ଭାଇଙ୍କ ଦେହାନ୍ତ ହେବା ଜାଣି ଦୁଃଖିତ। ଏହା ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି ଅଟେ। ତାଙ୍କ ପରଲୋକ ଗମନ ଦ୍ୱାରା ହୋଇଥିବା ଶୂନ୍ୟସ୍ଥାନ ଦଳରେ ପୂରଣ କରିବା କଷ୍ଟକର ହେବ।ଫୈସାଲ, ମମତାଜ ଏବଂ ପରିବାର ପ୍ରତି ମୋର ସମବେଦନା।ମହାପ୍ରଭୁ ଜଗନ୍ନାଥ ଦିବଂଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
ସୂଚନା ଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଛି । ପଟେଲଙ୍କ ବିଳମ୍ବିତ ରାତି ୩.୩୦ରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଥିଲେ। । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।