ଝାରସୁଗୁଡା , ବାରିପଦା, ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ

ଝାରସୁଗୁଡା/ବାରିପଦା/ନବରଙ୍ଗପୁର :  ରାଜ୍ୟର ବିଭିନ୍ନ ଜିଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଝାରସୁଗୁଡାରେ ବନ୍ଦର ଆଂଶିକ ପ୍ରଭାବ ଦେଖାଯାଇଛି। ଦୋକାନ ବଜାର କାର୍ଯ୍ୟାଳୟ ଭାରିଯାନ ଚଳାଚଳ ବନ୍ଦ ଥିବା ବେଳେ ହାଲୁକା ଯାନ ସ୍ବାଭାବିକ ଭାବେ ଚାଲିଛି।
ବାରିପଦାରେ ଭାରତ ବନ୍ଦ ଡାକରା ଯୋଗୁଁ ଯାତ୍ରୀ ବାହୀ ବସ ଚଳାଚଳ ବନ୍ଦ ପାଇଁ ବସଷ୍ଟାଣ୍ଡ ଜନଶୂନ୍ୟ ଏବଂ ପୋଷ୍ଟ ଅଫିସ ଓ ବ୍ୟାଙ୍କଗୁଡିକ ବନ୍ଦ ରହିଛି । କିନ୍ତୁ ଦୋକାନ ବଜାର ଓ କାର୍ଯ୍ୟାଳୟମାନ ଖୋଲା ରହିଛି । ସହରର ବିଭିନ ଅଂଚଳରେ ପୁଲିସ ମୁତୟନ ରହିଛନ୍ତି ।
ସେହିପରି ନବରଙ୍ଗପୁରରେରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ରାଲି କରାଯାଇଛି।

Comments are closed.