ତୀର ମାଡ଼ରେ ଯୁବକ ଆହତ

ନୀଳଗିରି: ଜଣେ ଯୁବକ ଗାଁ ମଶାଣି ପାଖରେ ଶୌଚ ବସିଥିବା ବେଳେ କେହି ତାଙ୍କୁ ଗାଇଁସି ବା ତୀର ମାଡ଼ କରି ଆହତ କରିଛି। ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ଗୋଡିଶୋଳ ଗାଁ ର ରାକେଶ ସିଂ(୧୯) ନାମକ ଯୁବକ ଗାଁ ମଶାଣି ପାଖରେ ବୁଧବାର ରାତିରେ ଶୌଚ ଯାଇଥିଲେ। ତେବେ କେହି ଦୁର୍ବୁତ୍ତ ତାଙ୍କୁ ଲକ୍ଷ୍ୟ କରି ତୀର ମାଡ଼ କରିବାରୁ ସେ ଲହୁଲୁହାଣ ହୋଇ ପଡ଼ିଥିଲା। ତାଙ୍କୁ ନୀଳଗିରି ମେଡିକାଲ ରେ ଭର୍ତ୍ତି କରାଯିବା ପରେ ଚିକିତ୍ସା କରାଯାଉଛି।  ଏନେଇ ଥାନା ରେ ମଧ୍ୟ ଏକ ଏତଲା ରୁଜୁ ହୋଇଛି। ଉକ୍ତ ଘଟଣା କୁ ନେଇ ଗାଁ ରେ ଉତେଜନା ଲାଗିଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି।

Comments are closed.