ଦିଲ୍ଲୀ ହିଂସା : ବାସହରା ମହମ୍ମଦ ଆନିସଙ୍କ ପରିବାରକୁ ଓଡିଶା ସରକାରଙ୍କ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର : ସିଏଏକୁ ନେଇ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ କନଷ୍ଟେବଳ ମହମ୍ମଦ ଆନିସଙ୍କ ଘର ଜଳି ଯାଇଛି।ସେ ବର୍ତ୍ତମାନ ମାଲକାନଗିରି ସୀମାନ୍ତରେ (ବିଏସଏଫ)ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ଓଡିଶାରେ କାର୍ଯ୍ୟରତ ଥିବାରୁ ବାସହରା ମହମ୍ମଦ ଆନିସଙ୍କ ପରିବାର ପାଇଁ ରାଜ୍ୟ  ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ, ସିଏଏକୁ ବିରୋଧ କରି ଦିଲ୍ଲୀରେ କିଛି ଦିନ ହେବ ହିଂସାକାଣ୍ଡ ଚାଲିଥିଲା। ଏଥିରେ ୪୨ରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଅନେକ ଏଥିରେ ଆହତ ହୋଇଥିବା ବେଳେ କେତେକଙ୍କ ଘର ମଧ୍ୟ ଜଳିଯାଇଛି। ସେମାନଙ୍କ ମଧ୍ୟରେ କନଷ୍ଟେବଳ ମହମ୍ମଦ ଆନିସଙ୍କ ଘର ମଧ୍ୟ ରହିଥିଲା।

 

Comments are closed.