ଗୁଗଲ ଟ୍ରାନ୍ସଲେଟରେ ଯୋଡ଼ି ହେଲା ଓଡିଆ ସମେତ ୫ଟି ଭାଷା

ଭୁବନେଶ୍ୱର : ଆମେରିକା ଭିତ୍ତିକ ଅତ୍ୟନ୍ତ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‍ ଗୁଗଲ୍‍ ର ଟ୍ରାନ୍ସଲେଟ (ଅନୁବାଦ)ରେ ବର୍ତ୍ତମାନ ଓଡ଼ିଆ ଭାଷା ମଧ୍ୟ ଯୋଡ଼ି ହୋଇଯାଇଛି। ଗୁଗଲ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ଏବେ ଠାରୁ ଓଡ଼ିଆ ସମେତ କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ ଏବଂ ଉଇଘରୁ ମୋଟ ୫ଟି ନୂଆ ଭାଷାରେ ଏହି ସୁବିଧା ଉପଲବ୍ଧ ହେବ। ଇଂରାଜୀରୁ ହିନ୍ଦୀ, ବଙ୍ଗଳା ଓ ଅନ୍ୟ ଭାଷା ଭଳି ଏବେ ଠାରୁ ଓଡ଼ିଆରେ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇ ପାରିବ।
ସୂଚନା ଯୋଗ୍ୟ, ଏହି ବ୍ୟବସ୍ଥା ବର୍ତ୍ତମାନ ପରୀକ୍ଷାମୂଳକ ସ୍ତରରେ ରହିଥିବାରୁ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଗୁଗଲ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ସମସ୍ତ ଭାଷା ଗୁଡ଼ିକୁ ବିଶ୍ୱର ୭୫ ନିୟୁତ ଲୋକ ବ୍ୟବହାର କରୁଛନ୍ତି।

Comments are closed.