ସୂତାକଳରେ ଅଗ୍ନିକାଣ୍ଡରେ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା; ମୃତଦେହ ଗାଁକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଯାଜପୁର: ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ୟ୍ୟରତ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ଆଜି ପୂର୍ବାହ୍ନରେ ଭାରପ୍ରାପ୍ତ ଯାଜପୁର ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକ,ଯାଜପୁର ବ୍ଲକ ବିଡ଼ିଓ ମୃତକର ପରିବାରକୁ ଭେଟି ସମବେଦନା ଜଣାଇନ୍ତି । ଏଥିସହ ମୃତଦେହକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ୟ୍ୟରତ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତର ଦୟନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ସୁଦୂର ଅହମଦାବାଦର ଏକ ସୂତା କଳରେ ଗତ ଦୁଇବର୍ଷ ହେବ ଦୟନିଧି, ଚିନ୍ମୟ , କାମେଶ କାମ କରୁଥିଲେ । ଗତକାଲି ଅପରାହ୍ନରେ କାମ କରୁଥିବା ସମୟରେ ସୁତାକଳରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁରେ ପୋଡି ହୋଇ ଏମାନଙ୍କ ମୃତ୍ୟ ଘଟିଥିଲା । ସନ୍ଧ୍ୟାରେ ଏ ସମ୍ପର୍କରେ ପରିବାର ଲୋକେ ଖବର ପାଇବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Comments are closed.