ଶିବରାତ୍ରୀ ଅବସରରେ ବଡ଼ ଅଘଟଣ ; ମନ୍ଦିର ପାଖରେ ପଥର ଖସି ୧୫ ଆହତ

ସୁନ୍ଦରଗଡ଼: ଶିବରାତ୍ରୀ ଅବସରରେ ଶିବ ଦର୍ଶନ ବେଳେ ସୁନ୍ଦରଗଡ଼ ଜିଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସି ଶୁକ୍ରବାର ଏକ ବଡ଼ ଅଘଟଣ ଘଟିଛି। ମନ୍ଦିର ପାଖରେ ପଥର ଖସିଯିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ହାତୀବାରି ପ୍ରାର୍ଥମିକ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରାଯିବା ପରେ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପଥର ଖସିବା ସ୍ଥଳରେ ଆଉ କିଛି ଭକ୍ତ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ସହ ୬ଟି ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ପାହାଡ଼ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସିଯିବାରୁ ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଯା’ଆସ କରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

Comments are closed.