ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ଅପରାଧୀ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ପୁଲ ପ୍ରହ୍ଲଲାଦପୁର ଅଞ୍ଚଳରେ ସୋମବାର ସକାଳେ ପୁଲିସ ଓ ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ରାଜା କୁରେଶୀ ଓ ରମେଶ। ପୁଲିସ ୨ଟି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ମଧ୍ୟ ଜାରି ରଖିଛି।
ଏକ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ପ୍ରହ୍ଲଲାଦପୁର ଅଞ୍ଚଳରେ ଆଜି ସକାଳ ୫ଟାରେ ଯାଞ୍ଚ କରିବା ସମୟରେ ୨ ଅଭିଯୁକ୍ତଙ୍କ ଘେରାଉ କରିଥିଲା। ସେହି ସମୟରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ଜବାବରେ ପୁଲିସର ପାଲଟା ଗୁଳି ଚଳାଇଥିଲା। ଏଥିରେ ରାଜା ଓ ରମେଶ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେମାନଙ୍କ ମୃତ୍ୟୁ ହୋଥିଲା। ଉଭୟ ହତ୍ୟା ଘଟଣାରେ ସମ୍ପୃକ୍ତି ଥିଲା ବୋଲି ଜଣାପଡ଼ିଛି।

Comments are closed.