ପାରିବାରିକ କଳହର କରୁଣ ପରିଣତି ; ବଡ଼ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ପତରାପାଲି ଗାଁରେ ଟଙ୍କାପଇସା ଓ ଜମିବାଡ଼ିକୁ କେନ୍ଦ୍ର କରି ସାନ ଭାଇ ବଡ଼ ଭାଇର ପରିବାରକୁ ହତ୍ୟା କରିଛି। ହତ୍ୟାକାରୀ କାଳି ମୁଣ୍ଡା (୨୨)। ମୃତକ ବଡ଼ ଭାଇ କାଣ୍ଡେର ମୁଣ୍ଡା ( ୩୦) ତାଙ୍କ ସ୍ତ୍ରୀ ସୁନି ମୁଣ୍ଡା (୨୫), ଝିଅ ମାରାନୀ ମୁଣ୍ଡା ୭, ପୁଅ ମାରା ମୁଣ୍ଡା (୫) ବୋଲି ଜଣାପଡ଼ିଛି। ସାନ ଭାଇ କାଳି ବଡ଼ଭାଇ ଓ ତା’ର ପରିବାରକୁ ହତ୍ୟା କରିବା ପରେ ରବିବାର ସକାଳେ ଥାନାରେ ଆତ୍ମସମର୍ପଣ କରିଛି। ଉକ୍ତ ଘଟଣା ବିଷୟରେ ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ପରେ ସାନ ଭାଇ କାଳିର ବଡ଼ଭାଇ ସହ ପାଟିତୁଣ୍ଡ ହୋଇଥିଲା। ଏହାପରେ ସାନଭାଇ କାଳି ମୁଣ୍ଡା ନିଶାସକ୍ତ ଅବସ୍ଥାରେ ବଡ଼ ଭାଇ କାଣ୍ଡେର ମୁଣ୍ଡା ଓ ତାଙ୍କ ପରିବାରକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିଲା।

Comments are closed.