ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଆକ୍ରାନ୍ତ

କୋରାପୁଟ : କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ବୈପାରୀଗୁଡ଼ା କୁରୁକୁଟି ଗାଁରେ ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ରବିବାର ଜଣାପଡ଼ିଛି। ସେମାନଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଡ଼ିଏମଓଙ୍କ ନେତୃତ୍ୱରେ ଗାଁରେ ଏକ ଡ଼ାକ୍ତରୀ ଟିମ ପହଞ୍ଚିଥିବା ନେଇ ସୂଚନା ମିଳିଛି। କେଉଁ କାରଣରୁ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ।

Comments are closed.