୬ ଘଣ୍ଟାର ପରିଶ୍ରମ ପରେ ପାହାଡ଼ ଖାଲରୁ ଉଦ୍ଧାର ହେଲା ହାତୀ

ଗଞ୍ଜାମ: ଦୀର୍ଘ ୬ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ରବିବାର ଖାଲରୁ ଉଦ୍ଧାର ହେଲା ମାଈ ହାତୀ। ଗଞ୍ଜାମ ଜିଲା ଅନ୍ତର୍ଗତ ଅଲାରିଗଡ଼ ନିକଟ ଜେନାଖୋଲ ପାହାଡ଼ ଖାଲରେ କୋଣସି କାରଣବଶତଃ ମାଈ ହାତୀଟି ଖସିପଡ଼ିଥିଲା। ଦିଗପହଣ୍ଡି ବନ ବିଭାଗ କର୍ମଚାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ଉକ୍ତ ହାତୀଟିକୁ ଜେସିବି ଓ କ୍ରେନ ସାହାଯ୍ୟରେ ଉଦ୍ଧାର କରିଛନ୍ତି। ପ୍ରାୟ ୧୫ ଟିକିଆ ହାତୀପଲରୁ ଗୋଟିଏ ଖସି ଆସି ଖାଲରେ ପଡ଼ିଯାଇଥିଲା ବୋଲି ଜଣାପଡ଼ିଛି। ବ୍ରହ୍ମପୁର ଓ ଚିକିଟି ଅଞ୍ଚଳରେ କିଛି ଦିନ ଧରି ହାତୀପଲ ଉପଦ୍ରବ କରୁଛନ୍ତି ବୋଲି ସୂଚନା ମିଳିଛି।

Comments are closed.