ତିନିକୋଶିଆ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଜବତ

ନୀଳଗିରି/ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ସଜନାଗଡ଼ ସ୍ଥିତ ତିନିକୋଶିଆ ଜଙ୍ଗଲରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କାଲାଡ଼ାହି ଅଞ୍ଚଳର ଉତ୍ତମ ଦେହୁରୀ ବୋଲି ଜଣାପଡିଛି। ରାସ୍ତା କଡରେ ଗୋଟିଏ ବାଇକ ଛିଡା ହୋଇଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତମଙ୍କ ମୃତଦେହ ଉଦ୍ଧାର କରିଥିଲା।
ସୂଚନା ଯୋଗ୍ୟ, ଉତ୍ତମ ତିନି ଜଣ ସାଙ୍ଗଙ୍କ ସହ ଗୋଟିଏ ବାଇକରେ ଆସି ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଅନ୍ୟ ଦୁଇ ଜଣ ତାଙ୍କୁ ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଜଣେ ଯୁବକ ଆଜି ପୁଲିସକୁ ଏ ନେଇ ବୟାନ ଦେଇଥିଲେ ମଧ୍ୟ ଉତ୍ତମ ଦୁର୍ଘଟଣା ପରେ ରାସ୍ତାରୁ କିଭଳି ୧୦୦/୧୫୦ ମିଟର ଜଙ୍ଗଲ ଭିତରକୁ ଗଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ସମ୍ପୃକ୍ତ ଆହତ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Comments are closed.