ଯୌତୁକ ଦେଲେନି ଯୁବକ , ଭାଙ୍ଗିଲା ବାହାଘର

ହରିଦ୍ୱାର :  ଯୌତୁକ ପାଇଁ ଯୁବତୀଙ୍କ ବାହାଘର ଭାଙ୍ଗିଗଲା। ଏଭଳି କଥା ଆପଣ ବହୁବାର ଶୁଣିଥିବେ। ମାତ୍ର ଶୁକ୍ରବାର ହରିଦ୍ୱାର ରୁଡ଼କୀର ଗଙ୍ଗନହର କୋତବାଲୀରେ ଏହାର ଠିକ ବିପରୀତ ଘଟଣା ଦେଖିବାକୁ ମିଳିଛି। ଯୁବକ ପକ୍ଷଙ୍କୁ ଯୁବତୀ ପକ୍ଷ ଯୌତୁକ ଦାବୀ କରିଥିଲେ। ଉକ୍ତ ଯୁବତୀ ଜଣଙ୍କ ବିବାହ ପୂର୍ବରୁ ଯୁବକଙ୍କୁ ଟଙ୍କା ଓ ସୁନା ଦେବା ପାଇଁ କହିଥିଲେ। ମାତ୍ର ଯୁବକ ପକ୍ଷ ଯୌତୁକ ଦେବାକୁ ମନା କରିଦେବା ପରେ ଯୁବତୀ ପକ୍ଷ ବିବାହ ଭାଙ୍ଗି ଦେଇଥିଲେ। ଏହାପରେ ଯୁବକ ଜଣଙ୍କ କୋତବାଲୀ ପହଞ୍ଚି ପୁଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।
ସୂଚନା ଯୋଗ୍ୟ, କିଛି ମାସ ପୂର୍ବରୁ ପୂର୍ବ ସଲେମପୁର ନିବାସୀ ଯୁବକଙ୍କର ଦିଲ୍ଲୀର ଜଣେ ଯୁବତୀଙ୍କ ଫେସବୁକରେ ମାଧ୍ୟମରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବିବାହ ହେବା ଫେବୃଆରୀ ୩ ତାରିଖ ପାଇଁ ସ୍ଥିର ହୋଇଥିଲା। ମାତ୍ର ଯୁବତୀଙ୍କ ପକ୍ଷରୁ ଗୁରୁବାର ଯୌତୁକ ପାଇଁ ଦାବି ହେବା ପରେ ଯୁବକ ପକ୍ଷ ଏଥିରେ ଅରାଜି ହୋଇଥିଲେ। ଏହାପରେ ଯୁବତୀ ଏହି ବାହାଘର ଭାଙ୍ଗିଦେବା ପରେ ଉକ୍ତ ଯୁବକ ଥାନାରେ ଏନେଇ ଅଭିଯୋଗ କରିଥିଲେ।

Comments are closed.