ଯାଜପୁରରେ ଜିଲା ଉନ୍ନୟନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲା ଉନ୍ନୟନ ସମନ୍ୱୟ ଓ ପର୍ୟ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ, ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଞ୍ଝାରପୁରବିଧାୟିକା ପ୍ରମିଳା ମଲ୍ଲିକ ଯୋଗ ଦେଇ ଜିଲାରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷକରି ଆଗକୁ ଆସୁଥିବା ଖରାଦିନ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ ସହିତ ମୌଳିକ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଉପସ୍ଥିତ ଥିଲେ ।

Comments are closed.