ଜିଲ୍ଲାସ୍ତରୀୟ ଦଶମ ଜାତୀୟ ଭୋଟର ଦିବସ ପାଳିତ

ଛତ୍ରପୁର :  ଗଞ୍ଜାମ ପ୍ରଶାସନ ପକ୍ଷରୁ ଶନିବାର ଜିଲ୍ଲାସ୍ତରୀୟ ଦଶମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୋ ଭୋଟ ମୋ ଅଧିକାର ଏକ ସଚେତନତା ରଥ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଵାହାରିଥିଲା । ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ରଥର ଶୁଭାରମ୍ଭ କରିଥିଲେ । ରଥ ସହର ପରିକ୍ରମା କରି ଲୋକମାନଙ୍କୁ ଭୋଟର ମୂଲ୍ୟ ଓ ଏହାର ଗୁରୁତ୍ୱ ଉପରେ ସଚେତନତା କରାଯାଇଥିଲା। ଏହି ସଚେତନତା ରାଲିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ରୁଷିକୂଲ୍ୟ ଜିଲ୍ଲା ପରିଷଦ ଭବନ ପରିସରରେ ନୂତନ ଭୋଟର ମାନଙ୍କୁ ଶପଥ ପାଠ ଓ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଉପଜ଼ିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକଟର ବିଜୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.